ETV Bharat / bharat

ଜିଡିପି ହ୍ରାସ ପଛରେ ମୋଦି ସରକାରଙ୍କ ଅପାରଗତା ଦାୟୀ: ମନମୋହନ ସିଂ - ହ୍ରାସ ପାଇଛି ଅଭିବୃଦ୍ଧି ହ୍ରାସ

ଦେଶର ମାନ୍ଦାବସ୍ଥାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଅଭିବୃଦ୍ଧି ହାର ବୃଦ୍ଧିର ସମସ୍ତ କ୍ଷମତା ଥାଇ ମଧ୍ୟ ଆଜି ହ୍ରାସ ପାଇଛି ଅଭିବୃଦ୍ଧି ହାର। ଆଉ ଏହା ପଛରେ କେବଳ ବିମୁଦ୍ରାକରଣ ଓ ଜିଏସଟି ଦାୟୀ କରିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 1, 2019, 11:52 AM IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥଶାସ୍ତ୍ରୀ । ଆର୍ଥିକ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନମୋହନ ସିଂହ । ଜିଡିପି 5 ପ୍ରତିଶତକୁ ଖସିଥିବା ହିଁ ପ୍ରମାଣ କରୁଛି ଦେଶର ଅର୍ଥନୀତି ଦୀର୍ଘ ସମୟ ଧରି ମାନ୍ଦାବସ୍ଥାରେ ଗତି କରୁଅଛି । କିନ୍ତୁ ଦେଶର ଆର୍ଥକ ଅଭିବୃଦ୍ଧି କରିବା ନେଇ ସଂମୂର୍ଣ୍ଣ କ୍ଷମତା ରହିଛି । କିନ୍ତୁ ଭାରତ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଆର୍ଥକ ସ୍ଥିତି ଦୁର୍ବଳ ହୋଇପଡିଛି ।

ଭିଡିଓ ସୌଜନ୍ୟ:@INCIndia

ଆଉ ଏସବୁ ପାଇଁ ମୋଦି ସରକାରଙ୍କ ବିମୁଦ୍ରାକରଣ ଓ ଜିଏସଟିକୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ମନମୋହନ ସିଂ ଏକ ଭିଡିଓ ମାଧ୍ୟମରେ ଦେଶର ଆର୍ଥିକ ସ୍ଥିତି ନେଇ ଉଦବେଗଜନକ ପ୍ରକାଶ କରିଥିବାବେଳେ ଜାତୀୟ କଂଗ୍ରେସ ଏହାକୁ ଟ୍ବିଟର ପେଜରେ ଅପଲୋଡ କରିଛନ୍ତି ।

ଗତ ସାଢେ 6 ବର୍ଷରେ ଦେଶର ଅର୍ଥାବସ୍ଥା ସର୍ବନିମ୍ନ ହୋଇଛି । ପୂର୍ବ ତ୍ରୈମାସିକରେ ଜିଡିପି ହାର ୫.୭% ଥିଲା । 2013ର ପ୍ରଥମ କ୍ବାର୍ଟର ପରଠାରୁ ହିଁ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି । ଚଳିତ ବର୍ଷ ଜିଡିପି 4.9କୁ ଖସିଆସିବା ସହ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପୁଣି ଥରେ ସୁଧ ହାର ହ୍ରାସ କରାଇବାରେ ଲକ୍ଷ୍ୟ ରଖିଛି ।

ତେବେ ଦେଶର ଏହି ମାନ୍ଦାବସ୍ଥା ଆଗାମୀ 2 ବର୍ଷ ଧରି ଲାଗି ରହିବ ବୋଲି ଅର୍ଥ ବିଶେଷଜ୍ଞଙ୍କ ମତ ଦେଇଛନ୍ତି । ନିକଟରେ ମାନ୍ଦାବସ୍ଥାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର କେତେକ ପ୍ରମୁଖ ବ୍ୟାଙ୍କକୁ ମିଶ୍ରଣ କରିବାର ଘୋଷଣା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.