ETV Bharat / bharat

ପୁଣି ରାହୁଲଙ୍କ ନାଗରିକତା ନେଇ ଉଠିଲା ପ୍ରଶ୍ନ, 15 ଦିନ ଭିତରେ ଜବାବ ଦେବାକୁ ଗୃହମନ୍ତ୍ରଣାଳୟର ନୋଟିସ - rahul gandhi

କଂଗ୍ରେସ ଅଧ୍ୟକ୍ଷକଙ୍କ ନାଗରିକତା ଉପରେ ପ୍ରଶ୍ନ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାହୁଲଙ୍କୁ ନାଗରିକତାର ପ୍ରମାଣ ଦେବା ପାଇଁ ନୋଟିସ ଜାରି ।

ଫାଇଲ ଫଟୋ
author img

By

Published : Apr 30, 2019, 2:33 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷକଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇବା ଘଟଣା । ସ୍ପଷ୍ଟିକରଣ ନେଇ ରାହୁଲଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରି । ସୋମବାର ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ରାହୁଲ ଗାନ୍ଧିଙ୍କ ନାଗରିକତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇ ଗୃହ ମନ୍ତ୍ରଣାଳୟକୁ ଚିଠି ପଠାଇଥିଲେ । ଯାହାକୁ ନେଇ ଗୃହ ମନ୍ତ୍ରଣାଳୟ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ନାଗରିକତାର ପ୍ରମାଣ ଦେବା ପାଇଁ ନୋଟିସ ଜାରି କରିଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ ରାହୁଲଙ୍କୁ ଜାରି ହୋଇଥିବା ନୋଟିସରେ 15 ଦିନ ଭିତରେ ଏହାର ଜବାବ ଦେବା ପାଇଁ କୁହାଯାଇଛି । ସ୍ବାମୀ ରାହୁଲଙ୍କ ନାଗରିକତା ଉପରେ ସନ୍ଦେହ କରି ଏହି ପ୍ରଶ୍ନ କରିଥିଲେ । ରାହୁଲ ଜଣେ ବ୍ରିଟିଶ ନାଗରିକ ବୋଲି ସେ ଦାବି କରିଛନ୍ତି ।

ଏହି ଘଟଣାରେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଅବାସ ନକବୀ ନିଜ ମତ ଦେଇ କହିଛନ୍ତି ଯେ, ଏହା ଏକ ସାମାନ୍ୟ ପ୍ରକ୍ରିୟା । ନିର୍ବାଚନରେ ଠିଆ ହୋଇଥିବା ପ୍ରତ୍ୟେକ ଆଶାୟୀପ୍ରାର୍ଥୀ ଭାରତୀୟ ନାଗରିକ ହେବା ଜରୁରୀ ଅଟେ । କେବଳ ପ୍ରାର୍ଥୀ ନୁହେଁ ମତଦାତା ମଧ୍ୟ ଭାରତୀୟ ହୋଇଥିବା ଦରକାର । ତେଣୁ ରାହୁଲଙ୍କୁ ଏହାର ଜାବବ ଦେବାରେ କୌଣସି ଅସୁବିଧା ହେବା କଥା ନୁହେଁ । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ଏହା ଅତି ଗମ୍ଭୀର ଅଟେ । ତେଣୁ ଅଧ୍ୟକ୍ଷଙ୍କୁ ଏହାର ଉତ୍ତର ଦେଇ ଏହି ଘଟଣାକୁ ଶେଷ କରିବାକୁ ପଡିବ ।

ତେବେ ବିଜେପି ନେତା ସୁବ୍ରମଣ୍ୟ ସ୍ବାମୀ ରାହୁଲଙ୍କ ନାଗରିକତା ନେଇ ଗୃହମନ୍ତ୍ରଣାଳୟକୁ ଏହିଭଳି ଦୁଇ ଥର ଚିଠି ଲେଖିସାରିଲେଣି । ପ୍ରଥମେ ଡିସେମ୍ବର 21 ତାରିଖ 2017ରେ ଚିଠି ଲେଖିଥିବାବେଳେ ପୁଣିଥରେ ଏପ୍ରିଲ 29 ତାରିଖ 2019ରେ ଲେଖି ଏହି ମାମଲାର ଯାଞ୍ଚ ପାଇଁ ଅନୁରୋଧ କରିଛନ୍ତି ।

ସ୍ବାମୀଙ୍କ ଦାବି ହେଉଛି ଯେ, 2003 ମସିହାରେ ବ୍ରିଟେନରେ ଏକ ବ୍ୟାକଅଫ୍ସ ନାମରେ ଏକ କମ୍ପାନୀର ରେଜିଷ୍ଟ୍ରେସନ ହୋଇଥିଲା । ଏହି କମ୍ପାନୀର ନିର୍ଦ୍ଦେଶକ ମୌଖିକ ଭାବେ ରାହୁଲ ଗାନ୍ଧି ହୋଇଥିବାବେଳେ ଏହାର ରେଜିଷ୍ଟ୍ରେସନ ଠିକଣା ହେଉଛି 51 ସାଉଥ ଷ୍ଟ୍ରିଟ୍, ଓ୍ବିଞ୍ଚଷ୍ଟେର ହେମ୍ପସାୟର SO23 9EH । ଏହି କମ୍ପାନୀ 2006 ମସିହାରେ ପୁନଃ ରେଜିଷ୍ଟ୍ରେସନ କରିଛି ଯେଉଁଥିରେ ରାହୁଲ ବ୍ରିଟିଶ ନାଗରିକ ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଉକ୍ତ କମ୍ପାନୀକୁ ବନ୍ଦ କରିବା ପାଇଁ ଯେଁଉ ଆପ୍ଲିକେସନ(ଦରଖାସ୍ତ) ଦିଆଯାଇଥିଲା ସେଥିରେ ସେଥିରେ ମଧ୍ୟ ରାହୁଲ ବ୍ରିଟିଶ ନାଗରିକ ବୋଲି ଲେଖାହୋଇଥିଲା । ତେଣୁ ଏସବୁ ଘଟଣାକୁ ଆଖି ଆଗରେ ରଖି ଗୃହମନ୍ତ୍ରଣାଳୟ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି ।

Intro:Body:

BANA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.