ETV Bharat / bharat

'ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ରହିଛି' - ରାଜସ୍ଥାନର ମନ୍ତ୍ରୀ ସୁଖରାମ ବିଷ୍ଣୋଇ

ସରକାର କୌଣସି ବିପଦରେ ନାହାଁନ୍ତି । ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ଥାନର ମନ୍ତ୍ରୀ ସୁଖରାମ ବିଷ୍ଣୋଇ ।

 ସୁଖରାମ ବିଷ୍ଣୋଇ
ସୁଖରାମ ବିଷ୍ଣୋଇ
author img

By

Published : Aug 2, 2020, 6:16 PM IST

ଜୟପୁର: ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି । ସେପଟେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ କଂଗ୍ରେସ ନିକଟରେ ପର୍ଯ୍ୟାପ୍ତ ବିଧାୟକ ନଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନର ମନ୍ତ୍ରୀ ସୁଖରାମ ବିଷ୍ଣୋଇ । ସରକାର କୌଣସି ବିପଦରେ ନାହାଁନ୍ତି । ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ସୁଖରାମ ।

ଏନେଇ ମନ୍ତ୍ରୀ କହିଛନ୍ତି, ବିଜେପି ଗଣତନ୍ତ୍ରର ହତ୍ୟା କରିବାକୁ ସର୍ବଦା ପ୍ରସ୍ତୁତ ରହିଛି । ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର ରଚୁଛି । ଯେଉଁଥିପାଇଁ ଆମେ ଜୈସାଲମେରରେ ରହିଛୁ । ଏହି ପରିସ୍ଥିତି ବିରୁଦ୍ଧରେ ଠିଆ ହୋଇ ଆମେ ନିଶ୍ଚିତ ଜିତିବୁ ବୋଲି ଆସ୍ଥା ପ୍ରକଟ କରିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ସୁଖରାମ ବିଷ୍ଣୋଇ ଆହୁରି କହିଛନ୍ତି ଯେ, ସରକାର 5 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା ଜାରି ରଖିବେ । ସରକାରଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି । ତେବେ ଭାଇରାଲ ଅଡିଓ ଟେପକୁ ନେଇ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତ ଏହି ମାମଲାରେ ଜଡିତ ଅଛନ୍ତି । ଏଥିରେ ତାଙ୍କ ସ୍ୱର ରହିଛି ।

ସେପଟେ ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟ ସରକାର ଲୋକଙ୍କ ପାଇଁ କିଛି କାମ କରୁନଥିବା ଅଭିଯୋଗ କରିଛି ବିଜେପି । ଜଣେ ବିଜେପି ନେତା କହିଛନ୍ତି, ସରକାରର ସମସ୍ତ ମନ୍ତ୍ରୀ ଓ ବିଧାୟକ କାର୍ଯ୍ୟ ବନ୍ଦ କରି ଜୈସାଲମେରରେ ବସିଛନ୍ତି । ରାଜ୍ୟରେ କଣ ଘଟୁଛି ସେନେଇ ମଧ୍ୟ ସେମାନେ ଅବଗତ ନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଏହାକୁ ଖଣ୍ଡନ କରି ସେମାନେ ସେଠାରୁ ହିଁ କାର୍ଯ୍ୟ କରୁଥିବା କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.