ETV Bharat / bharat

ମା-ଝିଅ ଆତ୍ମହତ୍ୟା ଉଦ୍ୟମ: 4 ଜଣଙ୍କ ବିରୋଧରେ ମାମଲା ରୁଜୁ, 2 ଗିରଫ - lok bhavan suicide case matter

ସୋମବାର ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ମା-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ 4 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ମା-ଝିଅଙ୍କ  ଆତ୍ମହତ୍ୟା ଉଦ୍ୟମ
ମା-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Jul 18, 2020, 4:00 PM IST

ଲକ୍ଷ୍ନୌ: ସୋମବାର ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ମା-ଝିଅ ଆତ୍ମହତ୍ୟା ଉଦ୍ୟମ ମାମଲାରେ 4 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଏହି ମାମଲାରେ ଏମଆଇଟି ଜିଲ୍ଲା ସଭାପତି କଦିର ଖାନ, ଆମେଠୀ କଂଗ୍ରେସ ନେତା ଅନୁପ ପଟେଲଙ୍କ ନାମ ସାମ୍ନାକୁ ଆସିଛି । ଏହା ବ୍ୟତୀତ ଆସମା ଓ ସୁଲତାନ ନାମକ ଆଉ 2 ଜଣ ବ୍ୟକ୍ତି ଏହି ଷଡଯନ୍ତ୍ରରେ ଥିବା ଜଣାପଡିଛି । ପୋଲିସ ଆସମ ଓ କାଦିର ଖାନଙ୍କୁ ଗିରଫ କରିଛି ।

ଏହି ଘଟଣାରେ ଲୋକ ଭବନ ପୋଷ୍ଟରେ ଥିବା 4 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଲକ୍ଷ୍ନୌ ପୋଲିସ କମିଶନର ସୁଜିତ ପାଣ୍ଡେ କହିଛନ୍ତି ଯେ ଏହି 4 ଜଣ ଉଭୟ ମା ଓ ଝିଅଙ୍କୁ ଆତ୍ମହତ୍ୟା ପାଇଁ ଉତ୍ସାହିତ କରିଥିଲେ । ଏହାପୂର୍ବରୁ ଦୁହେଁ କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ଅନୁପ ପଟେଲଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପୋଲିସ ଆସମ ଓ କଦିର ଖାନଙ୍କୁ ଗିରଫ କରିଛି । ବାକି ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରୁଛି।

ପ୍ରକାଶଥାଉକି, ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକ ଭବନର ଗେଟ୍ ନମ୍ବର 3 ବାହାରେ ଶୁକ୍ରବାର ସନ୍ଧ୍ୟାରେ ଆମେଠୀ ଜିଲ୍ଲାର ଜଣେ ମହିଳା ଓ ତାଙ୍କ ଢିଅ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, 9 ମେ 2020 ରେ ମହିଳାଜଣକ ଅର୍ଜୁନ ଓ ଜାମୋରେ ରହୁଥିବା ଅନ୍ୟ 3 ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.