ETV Bharat / bharat

ନେତାଙ୍କ ଟ୍ବିଟରେ କଂଗ୍ରେସରେ ହଇଚଇ

author img

By

Published : Feb 6, 2019, 10:11 AM IST

ମୁମ୍ବାଇ: କହୁ କହୁ କହିଗଲେ କଂଗ୍ରେସ ନେତା ମିଲିନ୍ଦ ଦେୱଡା । ପଦାରେ ପଡିଲା ମୁମ୍ବାଇ କଂଗ୍ରେସର ଅନ୍ତର୍କନ୍ଦଳ । ଦଳ ମଧ୍ୟରେ କନ୍ଦଳ ଗୁମର ଖୋଲିବା ପରେ କଥା ସମ୍ଭାଳିବା ପାଇଁ ଯଥେଷ୍ଟ ଚେଷ୍ଟା କରିଛନ୍ତି ଏହି ପୂର୍ବତନ ସାଂସଦ । ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜଣେ ବିଶ୍ବସ୍ଥଙ୍କ ପାଟିରୁ ଏପରି କଥା ଖସିଯିବା ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ । ତେବେ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇ ଯାଇଥିବା ନେଇ ଚାଲିଛି ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଲୋକସଭା ନିର୍ବାଚନରେ ସେ ଲଢେଇ କରିବେ ନାହିଁ ବୋଲି ମଧ୍ୟ ଇସାରା କରିଛନ୍ତି । ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ସଞ୍ଜୟ ନିରୁପମ ଓ ମିଲିନ୍ଦ ଦେୱଡାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଭିତରି କଥା ସାର୍ବଜନୀନ କରିବା ଉଦ୍ଦେଶ୍ୟ ନାହିଁ । ତଥାପି ନିକଟରେ ଏକ ସାକ୍ଷାତକାରରେ କରାଯାଇଥିବା ଟିପ୍ପଣୀକୁ ନେଇ ଚିନ୍ତିତ । ମୁମ୍ବାଇ କଂଗ୍ରେସ ପ୍ରତି ଥିବା ମଜବୁତ ପ୍ରତିବଦ୍ଧତା ଦୋହରାଇବା ପାଇଁ ମଜବୁର ହେଉଛି ବୋଲି ଟ୍ୱିଟ କରିଛନ୍ତି ମିଲିନ୍ଦ ।

ସେହିପରି ବାଣିଜ୍ୟ ପେଣ୍ଠସ୍ଥଳୀ ଓ ସାଂସ୍କୃତିକ ସହର ମୁମ୍ବାଇବାସୀଙ୍କୁ ଏକାଠି କରିବା ଆବଶ୍ୟକତା ରହିଛି । ଆଉ ଏହି ସମୟରେ ଦଳ ସାମ୍ପ୍ରଦାୟିକ ରାଜନୀତି ପାଇଁ କ୍ରିକେଟ ପିଚ୍ ମଧ୍ୟ ପ୍ରସ୍ତୁତ କରିପାରୁନି । ଯେଉଁଠି ପରସ୍ପର ବିରୁଦ୍ଧରେ ଦଳୀୟ ନେତା ଛିଡା ହୋଇ ପାରିବେ । ଦଳରେ ଯାହା ଚାଲିଛି ତାହା ନୈରାଶ୍ୟଜନକ । କିନ୍ତୁ ଏହାର ଠିକ ପରେ ଆଉ ଏକ ଟ୍ବିଟ କରି ସଫେଇ ଦେଇଛନ୍ତି ସେ ।

ରାଜନୈତିକ ମତଭେଦ ଦୂର କରି ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରଖି କାମ କରିବା ପାଇଁ ଅଧ୍ୟକ୍ଷ ନିରୁପମ ଓ ଅନ୍ୟାନ୍ୟ ନେତାଙ୍କୁ ଟ୍ବିଟ ଯୋଗେ ନିବେଦନ କରିଛନ୍ତି ମିଲିନ୍ଦ । ସଙ୍ଗଠନର ବିଚାରକୁ ନେଇ ମତଭେଦ ହୋଇପାରେ କିନ୍ତୁ ଦଳ ମଧ୍ୟରେ କୌଣସି ଅନ୍ତର୍କନ୍ଦଳ ନଥିବା କହି ସେ ସ୍ଥିତି ସମ୍ଭାଳିଛନ୍ତି ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.