ETV Bharat / bharat

ଗୁଜୁରାଟରେ ମୃଦୁ ଭୂମିକମ୍ପ ଅନୁଭୂତ - ଭୂମିକମ୍ପ

ରବିବାର ଗୁଜରାଟର କଚ୍ଛ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଗୁଜୁରାଟରେ ମୃଦୁ ଭୂମିକମ୍ପ ଅନୁଭୂତ
ଗୁଜୁରାଟରେ ମୃଦୁ ଭୂମିକମ୍ପ ଅନୁଭୂତ
author img

By

Published : Oct 25, 2020, 2:41 PM IST

ଗାନ୍ଧୀନଗର: ଭୂମିକମ୍ପରେ ଥରିଲା ଗୁଜୁରାଟ । ରବିବାର ଗୁଜରାଟର କଚ୍ଛ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।

ଏହି ଭୂମିକମ୍ପରେ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ରିପୋର୍ଟ ନାହିଁ । ତେବେ ଭୂମିକମ୍ପର ଗଭୀର 19.5 କିଲୋମିଟର ରେକର୍ଡ କରାଯାଇଛି ।

ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, କଚ୍ଛ ଜିଲ୍ଲା ଅତ୍ୟଧିକ ବିପଦପୂର୍ଣ୍ଣ ଭୂମିକମ୍ପ କ୍ଷେତ୍ରରେ ଅବସ୍ଥିତ।

ପ୍ରକାଶ ଥାଉକି, 2001 ଜାନୁୟାରୀ ମାସରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 6.9 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.