ETV Bharat / bharat

ଭାରତ ଆସୁଛନ୍ତି ଆମେରିକା ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ, ଚୀନ ପ୍ରସଙ୍ଗରେ ହୋଇପାରେ ଆଲୋଚନା - ଭାରତ ଗସ୍ତରେ ଆମେରିକା ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇ ଦିନିଆ ଭାରତ ଗସ୍ତରେ 2 ଆମେରିକୀୟ ସଚିବ । ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକରେ ନେବେ ଭାଗ । ଅଧିକ ପଢନ୍ତୁ...

ଭାରତ ଆସୁଛନ୍ତି ଆମେରିକା ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Oct 26, 2020, 9:54 AM IST

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପେଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଆଜି ଭାରତରେ ପହଞ୍ଚିବେ । ଆସନ୍ତାକାଲି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଟୁ ପ୍ଲସ ଟୁ ବୈଠକରେ ଭାଗ ନେବେ । ଚଳିତ ମାସରେ ପୋମ୍ପେଓଙ୍କ ଏହା ଦ୍ବିତୀୟ ଗସ୍ତ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପମ୍ପିଓଙ୍କ ଭାରତ ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ରଖୁଛି ।

ଏହି ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା ହେବାର ଆଶଙ୍କା କରାଯାଉଛି । ଯେଉଁଥିରେ ପୂର୍ବ ଲଦାଖରେ ଚୀନର ଆକ୍ରମଣାତ୍ମକ ବ୍ୟବହାର ଠାରୁ ଆରମ୍ଭ କରି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନର ବିସ୍ତାରବାଦୀ ନୀତି ବିଷୟରେ ଆଲୋଚନା ହୋଇପାରେ ।

ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ, ଏସ.ଜୟଶଙ୍କର ଓ ମାଇକ ପମ୍ପିଓ ନିଜେ ଟ୍ବିଟ କରି ଭାରତ, ଶ୍ରୀଲଙ୍କା, ମାଲଦ୍ବୀପ ଓ ଇଣ୍ଡୋନେସିଆ ଯାତ୍ରାରେ ବାହାରିଛନ୍ତି ବୋଲି କହିଛନ୍ତି । ସ୍ବତନ୍ତ୍ର, ମଜବୁତ ଓ ସମୃଦ୍ଧ ରାଷ୍ଟ୍ର ସହିତ ଇଣ୍ଡୋ ପାସିଫିକ କ୍ଷେତ୍ର ସହ କାମ କରିବା ଲାଗି ସେ ଏହି ଗସ୍ତ କରୁଥିବା କହିଛନ୍ତି ।

2 + 2 ମନ୍ତ୍ରୀସ୍ତରୀୟ ବୈଠକରେ ମାଇକ ପୋମ୍ପିଓ ଓ ମାର୍କ ଆସ୍ପର ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିବେ । ଏହା ପରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.