ETV Bharat / bharat

କୋଭିଡ ଯୋଗୁଁ ବିଦେଶରୁ କେତେ ପ୍ରବାସୀ ଭାରତୀୟ ଫେରିଛନ୍ତି, ଜାଣନ୍ତୁ...

author img

By

Published : Sep 17, 2020, 2:28 PM IST

କୋଭିଡ-19 ଯୋଗୁଁ ଭାରତୀୟ ଏବଂ ଭାରତୀୟ ଶ୍ରମିକ, ଯେଉଁମାନେ ବିଭିନ୍ନ ଦେଶରୁ ଭାରତ ଫେରିଛନ୍ତି ସେମାନଙ୍କ ତଥ୍ୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଲିଖିତ ଆକାରରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ..

କୋଭିଡ ଯୋଗୁଁ ବିଦେଶରୁ କେତେ  ପ୍ରବାସୀ ଭାରତୀୟ ଫେରିଛନ୍ତି , ଜାଣନ୍ତୁ..

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମଗ୍ର ବିଶ୍ବର ସ୍ବାସ୍ଥ ଓ ଅର୍ଥନୀତିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି । ଦେଶରେ ରହୁଥିବା ନାଗରିକଙ୍କ ସହ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ରଖିଛି । ଏହି ସମୟରେ ଆର୍ଥିକ ସଙ୍କଟ ଉପୁଜିଥିବାରୁ ବହୁ ଲୋକ ଜୀବିକା ହରାଇଛନ୍ତି । ତେବେ କୋଭିଡ-19 ଯୋଗୁଁ ଭାରତୀୟ ଏବଂ ଭାରତୀୟ ଶ୍ରମିକ , ଯେଉଁମାନେ ବିଭିନ୍ନ ଦେଶରୁ ଭାରତ ଫେରିଛନ୍ତି ସେମାନଙ୍କ ତଥ୍ୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଲିଖିତ ଆକାରରେ ପ୍ରକାଶ କରାଯାଇଛି ।

ସେପ୍ଟେମ୍ବର16ରେ ରେ ପଚରାଯାଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା 611ର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ କହିଛନ୍ତି କି ବିଦେଶରୁ ଫେରିଥିବା ସମସ୍ତ ଲୋକଙ୍କ ରୋଜଗାର ହରାଇନାହାନ୍ତି । ଏଥିରେ କିଛି ସଂଖ୍ୟା ଚାକିରୀ କରିଥିଲା ବେଳେ କିଛି ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଯାଇଥିଲେ । ତେବେ କୋଭିଡ ଯୋଗୁଁ ଲାଗୁ କଟକଣା କାରଣରୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ବନ୍ଦେ ଭାରତ ମିଶନ (ମେ 7ରୁ ଲାଗୁ) ଜରିଆରେ ଭାରତ ଅଣାଯାଇଛି ।

ତଥ୍ୟ ଅନୁସାରେ ଚଳିତ ମାସ 10 ତାରିଖ ସୁଦ୍ଧା ବିଦେଶୀରୁ 13, 74, 237 ରୁ ଅଧିକ ଭାରତୀୟ ଆକାଶ, ସଡକ ଓ ଜଳପଥରେ ଫେରିଛନ୍ତି । ସେଥିମଧ୍ୟରୁ 3, 08, 099 ୱାର୍କର ବୋଲି ଜଣାପଡିଛି । ତେବେ ଏସବୁ ୱାର୍କର ସେମାନଙ୍କ କାମ ହରାଇନାହାନ୍ତି । କୋରୋନା ପ୍ରତିବନ୍ଧକ ଯୋଗୁଁ ସେମାନେ ନିଜ ଦେଶ ଓ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏସବୁ ମଧ୍ୟରୁ ସର୍ବାଧିକ ୟୁଏଇରୁ 308099, ତା ପଛକୁ ଓମାନରୁ 50536 , ସାଉଦି ଆରବରୁ 49000 , କୁଏତରୁ 44248, କତାରରୁ 30509ରୁ ଫେରିଛନ୍ତି । ଏସବୁ ସଂଖ୍ୟାରେ ଦୃଷ୍ଟି ଦେଖେ ଜାଣି ହେଉଛି କି , ଅଧିକାଂଶ ଶ୍ରମିକ ଗଳ୍ପ ଦେଶରୁ ଫେରିଛନ୍ତି ।

ସେହିପରି ଆମେରିକାକୁ 2390 ଭାରତୀୟ ଫେରିଛନ୍ତି । ୟୁକେରୁ 1098 ଜଣ ଓ କାନାଡରୁ 951 ଓ ଫ୍ରାନ୍ସରୁ 613 ଜଣ ଆସିଛନ୍ତି ।

ଏଭଳି ଭାବେ ପ୍ରାୟ ବିଭିନ୍ନ ଦେଶରୁ ମୋଟ 113ଟି ଦେଶରୁ ପ୍ରବାସୀ ଭାରତ ଫେରିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ଏ ନେଇ ସମ୍ପୁର୍ଣ୍ଣ ତାଲିକା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.