ETV Bharat / bharat

ଘରକୁ ଫେରିବା ପାଇଁ ଦେଶର ବିଭିନ୍ନ ଭାଗରେ ଶ୍ରମିକଙ୍କ ପ୍ରତିବାଦ - ଶ୍ରମିକଙ୍କ ପ୍ରତିବାଦ

ଫସିରହିଥିବା ଶ୍ରମିକ ପାଦରେ ଚାଲି କିମ୍ବା ସାଇକେଲରେ ନିଜ ନିଜ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

migrants labour
ଶ୍ରମିକଙ୍କ ପ୍ରତିବାଦ
author img

By

Published : May 14, 2020, 5:36 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶରେ ଲକଡାଉନ୍ ସ୍ଥିତି । ଏହି କାରଣରୁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଫସିରହିଥିବା ଶ୍ରମିକ ପାଦରେ ଚାଲି କିମ୍ବା ସାଇକେଲରେ ନିଜ ନିଜ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦେଶରେ ଅନେକ ଭାଗରେ ଶ୍ରମିକମାନେ ଆନ୍ଦୋଳନ ପ୍ରତିବାଦ କରୁଥିବାର ଦେଖିବାକୁ ମିଳୁଛି ।

ଯେଉଁ ଶ୍ରମିକମାନେ ଶ୍ରମିକ ସ୍ବତନ୍ତ୍ର ଟ୍ରେନର ସୁବିଧା ପାଇନାହାଁନ୍ତି, ସେମାନେ ପାଦରେ ଚାଲି ଯାଉଛନ୍ତି କିମ୍ବା ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରୁଛନ୍ତି । ତେବେ ଏମଧ୍ୟରେ ପୁଣିଥରେ ମହାରାଷ୍ଟ୍ରର ମୁମ୍ବାଇରେ ଶହ ଶହ ଶ୍ରମିକ ନାଗପଡା ରାସ୍ତାକୁ ଓହ୍ଲାଇଥିଲେ ଓ ଘରକୁ ଯିବା ପାଇଁ ଆନ୍ଦୋଳନ କରିଥିଲେ । ଏହାପରେ ପୋଲିସ ଲାଠି ଚାର୍ଜ କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

ଅନ୍ୟପକ୍ଷେ ଗୁଜୁରାଟର କଚ୍ଛରେ ସ୍ଥାନୀୟ ପ୍ରଶାସନ ନିକଟରେ ଶ୍ରମିକମାନେ ପ୍ରତିବାଦ କରିଥିଲେ । ଗାନ୍ଧୀଧାମର ରାସ୍ତାକୁ ଓହ୍ଲେଇ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ । ସେଠାରେ ମଧ୍ୟ ପୋଲିସ ଲାଠି ଚାର୍ଜ କରିଥିଲା । ଶ୍ରମିକଙ୍କ ଆରୋପ ଥିଲା ଯେ ସେମାନେ ଟ୍ରେନ ଟିକେଟ ଟଙ୍କା ଦେଇଛନ୍ତି ମାତ୍ର ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ ।

ଉତ୍ତରପ୍ରଦେଶର ସାହାରନପୁରରେ ବିହାରକୁ ଫେରୁଥିବା ଶ୍ରମିକମାନେ ନିଜ ରାଗ ବାହାର କରିଛନ୍ତି। କାରଖାନାର ମାଲିକ ଆମକୁ ଘରକୁ ଯିବାକୁ କହୁଛନ୍ତି ବୋଲି କହି ହରିୟାଣା ସୀମାରେ ଶ୍ରମିକମାନେ ଏକତ୍ରୀତ ହୋଇଥିଲେ । ଅନ୍ୟପକ୍ଷେ ପଞ୍ଜାବର ଭଟିଣ୍ଡା ଠାରେ ଅନେକ ଶ୍ରମିକ ରେଳ ଷ୍ଟେସନ୍ ଯାଇଥିଲେ । ଏଠାରେ ଶ୍ରମିକ ଟ୍ରେନ ଚାଲୁଥିବାର ଖବର ଦିଆଯାଇଥିବା ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରମିକଙ୍କ ଫେରିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍ ଚଳାଉଛନ୍ତି କିନ୍ତୁ ସେହି ଶ୍ରମିକମାନଙ୍କୁ ଏହି ଟ୍ରେନରେ ଯିବାକୁ ଅନୁମତି ଦିଆଯାଉଛି ଯାହାଙ୍କ ସୂଚନା ସ୍ଥାନୀୟ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଏହି କାରଣରୁ ହଜାର ହଜାର ଶ୍ରମିକ ଏପର୍ଯ୍ୟନ୍ତ ଲାଭ ପାଇ ପାରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.