ETV Bharat / bharat

ଦୁର୍ଦ୍ଦିନରେ ଦାଦନ, ପେଟ ପାଇଁ ଯାଉଛି ଜୀବନ

ଏଇ ଶ୍ରମିକ ମାନେ ଆମ ଜୀବନରେ ଅନେକ ଅବଦାନ ରହିଛି ହେଲେ ବିଡମ୍ବନା ଆଜି ଏମାନେ ନିଃସହାୟ, ନିଜ ଦୁର୍ଦ୍ଦଶା ଉପରେ ଦୁଇଟୋପା ଲୁହ ଗଡେଇବାକୁ ମଧ୍ୟ ସାହସ କରିପାରୁନାହାନ୍ତି । ଦୁଇ ଓଳି ଖାଇବା ଯୋଗାଡ଼ କରିବା ଓ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ନେଇ ଏମାନେ ଯାଆନ୍ତି । ଅଧିକ ପଢନ୍ତୁ..

author img

By

Published : May 21, 2020, 6:43 PM IST

Updated : May 21, 2020, 6:53 PM IST

migrant in misery, life is going on for the stomach

ହାଇଦ୍ରାବାଦ: ଦେଶରେ କାମ କରୁଥିବା କର୍ମଜୀବୀ ଲୋକଙ୍କ ମଧ୍ୟରୁ 80 ପ୍ରତିଶତ କର୍ମଜୀବୀ ହେଉଛନ୍ତି ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, ଯେଉଁ ମାନେ ସବୁଠାରୁ ଆର୍ଥିକ ସ୍ତରରେ ଦୁର୍ବଳ ଓ ଅସୁରକ୍ଷିତ । ଦେଶରେ ଥିବା ନଭଶ୍ଚୁମ୍ବୀ ଅଟ୍ଟାଳିକା, ବଡ ବଡ଼, ସପିଂ ମଲ, ଅଫିସ, କୋଠାଘର ଇତ୍ୟାଦି ନିର୍ମାଣ କରିବାରେ ଏମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏଇମାନଙ୍କ କାନ୍ଧରେ ଆମ ଦେଶରେ ଭିତ୍ତିଭୂମି ନିର୍ମାଣ ହେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏଇ ଶ୍ରମିକ ମାନେ ଆମ ଜୀବନରେ ଅନେକ ଅବଦାନ ରହିଛି ହେଲେ ବିଡମ୍ବନା ଆଜି ଏମାନେ ନିଃସହାୟ, ନିଜ ଦୁର୍ଦ୍ଦଶା ଉପରେ ଦୁଇଟୋପା ଲୁହ ଗଡେଇବାକୁ ମଧ୍ୟ ସାହସ କରିପାରୁନାହାନ୍ତି । ଦୁଇ ଓଳି ଖାଇବା ଯୋଗାଡ଼ କରିବା ଓ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ନେଇ ଏମାନେ ଯାଆନ୍ତି ।

ନିଜ ଭିଟାମାଟି ଛାଡି ପରଦେଶେ କାମ କରିବାକୁ କିଛି ଶ୍ରମିକ ନିଜ ପରିବାର ସହିତ ପୁଣି କିଛି ପରିବାର ବିହୁନେ ଅନ୍ୟ ରାଜ୍ୟରେ କାମଧନ୍ଦା କରି ନିଜ ଜୀବନ ନିର୍ବାହ କରୁଥିଲେ ହେଲେ କୋରୋନା ଉଜାଡି ଦେଲା ସବୁକିଛି । ଘୋଷଣା ହେଲା ଲକଡାଉନ । ଆଉ ତାପରେ ଆରମ୍ଭ ହେଲା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଧଶା । କାମଧନ୍ଦା ବନ୍ଦ ହୋଇଯିବାରୁ କିଛି ଦିନ କଷ୍ଟେମଷ୍ଟେ ଚଳି ଗଲେ ହେଲେ ଅନ୍ୟ ରାଜ୍ୟରେ ବିନା ପଇସା ବିନା କାମରେ ଚଳିବେ କେମିତି । ସେଥିପାଇଁ ନିଜ ଭୀଟା ମାଟିକୁ ଫେରିବାର ଉଦବେଗକୁ ରୋକି ନ ପାରି ରାଜରାସ୍ତାକୁ ହଜାର ହଜାର ଶ୍ରମିକ ବାହାରିପଡିଲେ ଫେରିବାକୁ ନିଜ ମାଆ ମାଟି ପାଖକୁ । କିଏ ଚାଲି ଚାଲି ତ, କିଏ ସାଇକେଲରେ । ପୁଣି କିଏ ଛୋଟ ମୋଟ ଟ୍ରଲି ଗାଡିରେ ଯାତ୍ରା ଆରମ୍ଭ କଲେ । ମାଇଲ ମାଇଲ ବାଟ ପାଦରେ ଚାଲୁ ଥିବାର ଦୃଶ୍ୟ ହୃଦୟ ବିଦାରକ । କିଛି ଶ୍ରମିକ ଭାଗ୍ୟ ବଳରେ ଅନେକ କଷ୍ଟ ସତ୍ତ୍ବେ ପହଞ୍ଚି ଗଲେ ନିଜ ଭୀଟାମାଟିକୁ ହେଲେ କିଛି ଶ୍ରମିକ ବାଟରେ ହିଁ ଚାଲିଗଲେ ଆରପାରିକୁ ।

ଆସନ୍ତୁ ଜାଣିବା ଏଇ ଭିତରେ ପ୍ରବାସୀ ଶ୍ରମିକଙ୍କ ସହିତ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ...

16.05.2020: ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ,ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରକ ସହିତ ଧକ୍କା ହେବାରୁ ଏକୋଇଶ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାତ ଜଣ ଆହତ ହୋଇଥିଲେ ।

migrant in misery, life is going on for the stomach
ଦୁର୍ଦ୍ଦିନରେ ଦାଦନ, ପେଟ ପାଇଁ ଯାଉଛି ଜୀବନ
14.05.2020: ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଏକ ଟ୍ରକରେ ପ୍ରବାସୀ ଶ୍ରମିକ ଯାଉଥିବା ବେଳେ ଏକ ବସ୍ ସହିତ ଧକ୍କା ହେବାରୁ 8 ଜଣ ଶ୍ରମିକଙ୍କ ମୁତ୍ୟୁ ହେବା ସହ 54ଜଣ ଆହତ ହୋଇଥିଲେ ।

13.05.2020: 16 ଜଣ ଶ୍ରମିକ ପାଦରେ ଚାଲିଚାଲି ହରିୟାଣାରୁ ବିହାରକୁ ଯାଉଥିବାବେଳେ ରାସ୍ତାରେ ବସ୍ ଦ୍ବାରା ଦୁର୍ଘଟଣା ହେବାରୁ 16 ଜଣ ପ୍ରାଣ ହରାଇଥିଲେ । ଘଟଣାଟି ଉତ୍ତରପ୍ରଦେଶର ମୁଜାଫରନଗର- ସାହାରନପୁରର ହାଇୱେ ଠାରେ ଘଟିଥିଲା ।

9.05.2020: ସେହିପରି ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଗାଡି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଓଲଟି ପଡିବାରୁ 5ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଥିଲେ ।

8.05.2020: ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ରେଳ ଧାରଣାରେ ଶୋଇଥିବା 15ଜଣ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ ଚଢି ଯିବାରୁ ଘଟଣାସ୍ଥଳରେ 15ଜଣଙ୍କ ମୃତ୍ୟୁ ଘଟିଥିଲା ।

8.05.2020: ଉତ୍ତରପ୍ରଦେଶର ମଥୁରା ଠାରେ ଏକ ଅଟୋରେ ଅଧିକ ସଂଖ୍ୟକ ଶ୍ରମିକ ଯାତ୍ରା କରୁଥିବା ସମୟରେ ଏକ ଟ୍ରକ ସହିତ ଧକ୍କା ହେବାରୁ 7ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଶ୍ରମିକମାନେ ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳର ବୋଲି ଜଣାପଡିଥିଲା ।

3.05.2020: ସେହିପରି 2ଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାୟ 40ଜଣ ଶ୍ରମିକ ଆହତ ହୋଇଥିଲେ । ପ୍ରଥମ ଘଟଣା ହେଲା ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ମହାରାଷ୍ଟ୍ରରୁ ଓଡିଶା ଅଭିମୁଖେ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବଂ ଦ୍ବିତୀୟଟି ହେଲା 50 ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ସୁରାଟରୁ ଗଞ୍ଜାମ ଯାଉଥିବାବେଳେ ବସ୍‌ଟି କଳିଙ୍ଗାଘାଟିରେ ଓଲଟି ପଡିଥିଲା । ଯଦିଓ ଏଥିରେ କେହି ମୃତାହତ ହୋଇନଥିଲେ କିନ୍ତୁ ଅନେକ ଏଥିରେ ଆହତ ହୋଇଥିଲେ।

1.05.2020: ବିହାରର 35 ବର୍ଷିୟ ପ୍ରବାସୀ ଶ୍ରମିକ ଦିଲ୍ଲୀରୁ ସାଇକେଲ ଯୋଗେ ନିଜ ଭିଟାମାଟି ବିହାରକୁ ଫେରୁଥିବାବେଳେ ସାହାଜାନପୁର ନିକଟରେ ତାଙ୍କ ମୃତ୍ୟୁ ଘଟିଥିଲା ।

29.04.2020: ମହାରାଷ୍ଟ୍ରରୁ ସାଇକେଲ ଯୋଗେ ନିଜ ରାଜ୍ୟକୁ ଫେରୁଥିବା ମଧ୍ୟପ୍ରଦେଶର 11ଜଣ ଶ୍ରମିକଙ୍କ ମଧ୍ୟରୁ ରାସ୍ତାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏମାନେ 1640 କିଲୋମିଟର ରାସ୍ତା ସାଇକେଲ ଯୋଗେ ଅତିକ୍ରମ କରିବାର ଲକ୍ଷ୍ୟ ନେଇଥିଲେ । 28.04.2020: ମଧ୍ୟପ୍ରଦେଶର ବରୱାନି ଜିଲ୍ଲାର 45 ବର୍ଷିୟ ଶ୍ବାସରୋଗୀ ଶ୍ରମିକ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶରୁ ଆସୁଥିବା ବେଳେ ପ୍ରାଣ ହରାଇଥିଲେ । 21.04.2020: ଉତ୍ତରପ୍ରଦେଶର ଶ୍ରବସ୍ତି ଜିଲ୍ଲାର ଜଣେ ଶ୍ରମିକ ମଧ୍ଯପ୍ରଦେଶ- ମହାରାଷ୍ଟ୍ର ସୀମାରେ ପାଦରେ ଚାଲିଚାଲି ଆସୁଥିବା ସମୟରେ ପ୍ରାଣ ହରାଇଥିଲେ ।18.04.2020: 12 ବର୍ଷର ମୁରିଆ ଜନଜାତିର ଝିଅ ଯିଏକି ମୁଲୁଗୁ ଜିଲ୍ଲାରେ କାମ କରୁଥିଲା ଏବଂ ଲକଡାଉନ ହେବାରୁ ନିଜ ଘର ଛତିଶଗଡର ବିଜାପୁର ଅଞ୍ଚଳକୁ ଚାଲିଚାଲି ଯିବା ସମୟରେ ତା ଘର ଠୁ 10 କିଲୋମିଟର ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିଲା । 18.04.2020: କୁର୍ଣ୍ଣୁଲ ଜିଲ୍ଲାର 48 ବର୍ଷିୟ ଜଣେ ପ୍ରବାସୀ ଶ୍ରମିକଙ୍କ ହୃତଘାତରେ ମୃତ୍ୟୁ ଘଟିଥିଲା ।2.04.2020: ହରିଦ୍ବାର ଦିଲ୍ଲୀ ହାଇୱେରେ କିଛି ଶ୍ରମିକଙ୍କୁ ଲକଡାଉନ ପାଇଁ ଆଗକୁ ବଢିବା ପାଇଁ ମନା କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଥିଲା । ଯଦ୍ବାରା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । 1.04.2020: ପାଞ୍ଚ ଶହ କିଲୋମିଟର ରାସ୍ତା ପାଦରେ ଚାଲି ଅତିକ୍ରମ କରିବା ପରେ କିଛି ଯୁବ ଶ୍ରମିକ ପହଞ୍ଚିଥିଲେ ତେଲେଙ୍ଗାନାର ଗୋଟିଏ ସେଲଟର ହୋମରେ ଯେଉଁଠି ଜଣେ 23 ବର୍ଷିୟ ଶ୍ରମିକର ମୃତ୍ୟୁ ଘଟିଥିଲା । 29.03.2020: ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଗୋଟିଏ ଟ୍ରକ ଧକ୍କା ଦେବାରୁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି । 28.03.2020: ଦିଲ୍ଲୀର ରେସ୍ତୋରାଁରେ କାମ କରୁଥିବା 39 ବର୍ଷିୟ ଜଣେ ଡେଲିଭର ବଏୟ ନିଜ ଘର ମଧ୍ୟପ୍ରଦେଶକୁ ଚାଲି ଚାଲି ଯାଉଥିବା ସମୟରେ ଆଗ୍ରା ଠାରେ ତାର ମୃତ୍ୟୁ ଘଟିଥିଲା । 28.03.2020: 26 ବର୍ଷିୟ ପ୍ରବାସୀ ଶ୍ରମିକ ନିଜ ଘର ଉତ୍ତରପ୍ରଦେଶର ରାମପୁରକୁ ଯିବା ସମୟରେ ତାର ମୃତ୍ୟୁ ଘଟିଥିଲା । 27.05.2020: ତେଲେଙ୍ଗାନା ଠାରେ କାମ କରୁଥିବା କର୍ଣ୍ଣାଟକର 8 ଜଣ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏଥିରେ 18 ମାସର ଶିଶୁ ଏବଂ 9 ବର୍ଷର ନାବାଳିକା ସାମିଲ ଥିଲେ ।24.03.2020: ଜଙ୍ଗଲ ରାସ୍ତା ଦେଇ ନିଜ ରାଜ୍ୟ ତାମିଲନାଡୁକୁ ଫେରୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁଏକ ବର୍ଷର ଶିଶୁ ସହିତ 4ଜଣଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2020, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.