ETV Bharat / bharat

ହରିୟାଣାକୁ ନେଇ ଗୃହମନ୍ତ୍ରୀଙ୍କ ଘରେ ରାତି ଅଧିଆ ବୈଠକ - ବିଧାନସଭା ନିର୍ବାଚନ

ଗୃହମନ୍ତ୍ରୀ ଅମିତ ଶାହ ହରିୟାଣାରେ ବିଜେପି ସରକାର ଗଢ଼ିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଏନେଇ ସେ ଅଧରାତିରେ ତାଙ୍କ ଘରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି । ଅଧିକ ପଢ଼ନ୍ତୁ...

ଗୃହମନ୍ତ୍ରୀଙ୍କ ଘରେ ରାତି ଅଧିଆ ବୈଠକ
author img

By

Published : Oct 25, 2019, 5:09 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ମହାରାଷ୍ଟ୍ରର 288ଟି ଆସନରୁ ବିଜେପିକୁ 105, ଶିବସେନାକୁ 56 ଆସନ ମିଳିଛି । ଏଥିସହ କଂଗ୍ରେସକୁ 44 ଓ ଏନସିପିକୁ 54ଟି ଆସନ ମିଳିଛି । ସେପଟେ ହରିୟାଣାରେ ବିଜେପି ହାତରେ 40ଟି ଆସନ ଆସିଥିବା ବେଳେ କଂଗ୍ରେସକୁ 31ଟି ଆସନ ମିଳିଛି ।

ତେବେ ମହାରାଷ୍ଟ୍ରରେ ବିଜେପି-ଶିବସେନାର ମେଣ୍ଟ ସରକାର ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ, ହରିୟାଣାକୁ ନେଇ ବର୍ତ୍ତମାନ ମଧ୍ୟ ସସ୍ପେନ୍ସ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବିଜେପି ଏଠାରେ ନିର୍ଦଳୀୟଙ୍କ ସମର୍ଥନ ସହ ସରକାର କରିପାରେ । ଏତିକି ବେଳେ ବିଜେପି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ଯେ ମନୋହର ଲାଲ ଖଟ୍ଟର ଓ ଦେବେନ୍ଦ୍ର ଫଡନାବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ହରିୟାଣାରେ ବିଜେପି ସରକାର ଗଢ଼ିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଏନେଇ ସେ ଅଧରାତିରେ ତାଙ୍କ ଘରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି । ବୈଠକରେ ନଡ୍ଡାଙ୍କ ବ୍ୟତୀତ ହରିୟାଣା ପ୍ରଭାରୀ ଅନିଲ ଜୈନ ଓ ଦଳର ନେତା ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଯୋଗ ଦେବା ପୂର୍ବରୁ ଜେପି ନଡ୍ଡା ହରିୟାଣା ନିର୍ଦଳୀୟ ବିଧାୟକ ଗୋପାଳ କାଣ୍ଡାଙ୍କ ସହ ଦେଖା କରିଥିଲେ । ସେପଟେ ରାନିୟାରୁ ଆଉ ଜଣେ ନିର୍ଦଳୀୟ ବିଧାୟକ ରଞ୍ଜିତ ସିଂହ ମଧ୍ୟ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରି ଦେଇଛନ୍ତି । ଏହାସହ ହରିୟାଣାରୁ ବିଜେପି ସାଂସଦ ସୁନୀତା ଦୁଗ୍ଗଲ ମଧ୍ୟ କହିଛନ୍ତି ଯେ ଅନେକ ନିର୍ଦଳୀୟ ବିଧାୟକ ଓ ଅନ୍ୟ ଦଳର ବିଧାୟକ ମଧ୍ୟ ବିଜେପି ସରକାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.