ETV Bharat / bharat

ମଧ୍ୟାହ୍ନ ଭୋଜନ ବଜେଟ୍ 8100 କୋଟି, ଗ୍ରୀଷ୍ମ ଛୁଟିରେ ମିଳିବ ପୃଷ୍ଟିକର ଖାଦ୍ୟ - ଗ୍ରୀଷ୍ମ ଛୁଟିରେ ମିଳିବ ପୃଷ୍ଟିକର ଖାଦ୍ୟ

ଲକଡାଉନ ଯୋଗୁଁ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ତେବେ ଗ୍ରୀଷ୍ମ ଅବକାଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି । ଅଧିକ ପଢନ୍ତୁ...

ମଧ୍ୟାହ୍ନ ଭୋଜନ ବଜେଟ୍ 8100 କୋଟି
ମଧ୍ୟାହ୍ନ ଭୋଜନ ବଜେଟ୍ 8100 କୋଟି
author img

By

Published : Apr 29, 2020, 10:42 AM IST

ନୂଆଦିଲ୍ଲୀ: ବିଦ୍ୟାଳୟରେ ଗରିବ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ବଜେଟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ମଧ୍ୟାହ୍ନ ଭୋଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଏ । ମଙ୍ଗଳବାର କେନ୍ଦ୍ର ସରକାର 22 ଟି ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ।

ମଧ୍ୟାହ୍ନ ଭୋଜନ ବଜେଟ୍ 8100 କୋଟି
ମଧ୍ୟାହ୍ନ ଭୋଜନ ବଜେଟ୍ 8100 କୋଟି

କେନ୍ଦ୍ର ସରକାରଙ୍କ ଏହି ବୃଦ୍ଧି ପରେ ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ସରକାରଙ୍କ ଅଂଶ 8100 କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ବାର୍ଷିକ ଆବଣ୍ଟିତ ପରିମାଣ 7300 କୋଟି ପୂର୍ବରୁ ଥିଲା। ବର୍ତ୍ତମାନ ଏହାକୁ 10.99 ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେନ୍ଦ୍ରର ଅଂଶ 8100 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

କେନ୍ଦ୍ର ସରକାର ଦେଇଥିବା ଏହି ପରିମାଣ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଡାଲି, ପନିପରିବା, ଖାଇବା ତେଲ, ମସଲା ଏବଂ ଇନ୍ଧନ କିଣିବାରେ ବ୍ୟବହୃତ ହେବ । ଯାହାଫଳରେ କୋରୋନା ସଙ୍କଟ ସମୟରେ ସ୍କୁଲ ଛାତ୍ରମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ମନ୍ତ୍ରୀ ନିଶାଙ୍କ କହିଛନ୍ତି ଯେ, ଲକଡାଉନ ହେତୁ ପିଲାମାନେ ପର୍ଯ୍ୟାପ୍ତ ତଥା ପୁଷ୍ଟିକର ଖାଦ୍ୟ ମିଳୁ ସେଥିପାଇଁ ମଧ୍ୟାନ ଭୋଜନ ଅନ୍ତର୍ଗତ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ ଗ୍ରୀଷ୍ମ ଅବକାସରେ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସ୍ବିକୃତି ଦିଆଯାଉଛି । ଏହା ଉପରେ ପ୍ରାୟ 1600 କୋଟି ଖର୍ଚ୍ଚ ହେବ। ଏଥିସହ ମଧ୍ୟାହ୍ନ ଭୋଜନ ଯୋଜନା ଅନୁଯାୟୀ ପ୍ରଥମ ତ୍ରିମାସିକ ପାଇଁ 2500 କୋଟି ଟଙ୍କା ଜାରି ହୋଇଛି ।

ଉଲ୍ଲେଖନୀୟ ଯେ, କୋରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ 15 ତାରିଖରୁ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଛି । ଏହା ସତ୍ତ୍ୱେ ଗରିବ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଜାରି ରଖିବାକୁ ଚାହୁଁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.