ହାଇଦ୍ରାବାଦ: ଦେଶରେ ଏବେ ଚୀନ ବିରୋଧୀ ମନୋଭାବ ତୀବ୍ର ହୋଇଛି । ଚାଇନାକୁ ବୟକଟ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଦେଶ । ଚାଇନା ବିରୋଧୀ ମନୋଭାବ ମଧ୍ୟରେ ଲୋକମାନେ ଚାଇନାର ମୋବାଇଲ୍ ବ୍ରାଣ୍ଡକୁ ବୟକଟ୍ କରିବା ଆରମ୍ଭ କରିଛନ୍ତି । ଆଉ ଏହି ସମୟରେ ଭାରତୀୟ ବ୍ରାଣ୍ଡକୁ ଫେରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ ।
ମାଇକ୍ରୋମାକ୍ସ ଖୁବ ଶୀଘ୍ର ଭାରତରେ ତିନୋଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବ ବୋଲି ଘୋଷଣା କରିଛି । ସେହି ସ୍ମାର୍ଟଫୋନ୍ ମଧ୍ୟରୁ ଗୋଟିଏ ଆଡଭାନ୍ସ ଫିଚର, ଷ୍ଟାଇଲିସ ଲୁକ୍ ଏବଂ ସୁଲଭ ମୂଲ୍ୟର ଯୋଗାଇଦେବା ନେଇ ସୂଚନା ଦେଇଛି କମ୍ପାନୀ । ତେବେ ମାଇକ୍ରୋମାକ୍ସ ଦ୍ବାରା ଲଞ୍ଚ ହୋଇଥିବା ଶେଷ ସ୍ମାର୍ଟଫୋନ୍ ହେଉଛି ଆଇୱାନ୍ ନୋଟ୍ । ଯାହାର ବର୍ତ୍ତମାନ ମୂଲ୍ୟ ରହିଛି 8,199 ଟଙ୍କା ।
ଗ୍ୟାଜେଟ୍ 36ର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରଥମଥର ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଯାହା ଆସନ୍ତା ମାସରେ ଆସିବାକୁ ଯାଉଛି । ତେବେ ଏହି ସ୍ମାର୍ଟଫୋନ ଗୁଡିକର ମୂଲ୍ୟ 10,000 ରଖାଯିବା ନେଇ ସୂଚନା ମିଳିଛି ।
ତେବେ ମାଇକ୍ରୋମାକ୍ସ ଏହାର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ମାଧ୍ୟମରେ ଲଞ୍ଚକୁ ପ୍ରୋମଟ କରିବା ଆରମ୍ଭ କରିସାରିଛି । କମ୍ପାନୀ ଖୁବ୍ ଶୀଘ୍ର ଉପଭୋକ୍ତାଙ୍କୁ କିଛି ବଡ ଉପହାର ଭେଟି ଦେବାକୁ ଯାଉଛି ।
ତେବେ ମାଇକ୍ରୋମାକ୍ସ ସ୍ମାର୍ଟଫୋନ୍ ଗୋଟିଏ ପ୍ରକାର ଗେମକୁ ବ୍ୟାକ କରିବାକୁ ପ୍ରସ୍ତୁତ ହୋଇସାରିଛି । ଯଦି କମ୍ପାନୀ ଏପରି ସ୍ଥିତିରେ ଏକ ସ୍ବଦେଶୀ ତଥା ‘ମେକ୍ ଇନ୍ ଇଣ୍ଡିଆକୁ ପ୍ରମୋଟ କଲାଭଳି କୌଣସି ସ୍ମାର୍ଟଫୋନ ଭାରତୀୟଙ୍କୁ ଭେଟି ଦେଉଛି ତେବେ ଏହା ଅନେକଙ୍କ ହୃଦୟ ଜିତିବାରେ ସଫଳ ହେବ ନିଶ୍ଚୟ ।