ETV Bharat / bharat

ଚାଉଳରେ ଆଇନ ଛାତ୍ରୀ ଲେଖିଲେ ‘ଭଗବତ ଗୀତା’ - rice grain

ଚାଉଳରେ ଲେଖାଗଲା ଭଗବତ ଗୀତା । 150 ଘଣ୍ଟାରେ ଭଗବତ ଗୀତା ଲେଖିଲେ ଆଇନ ଛାତ୍ରୀ । ଅଧିକ ପଢନ୍ତୁ....

Micro Art: Hyderabad law student captures the Bhagavad Gita on rice grains
ଚାଉଳରେ ଲେଖାଗଲା ଭାଗବତ ଗୀତା
author img

By

Published : Oct 20, 2020, 12:56 PM IST

ହାଇଦ୍ରାବାଦ: ଆଇନ ଛାତ୍ରୀ ଲେଖିଲେ ଭଗବତ ଗୀତା । ତାହା ପୁଣି କଲମରେ ନୁହେଁ, ଚାଉଳରେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ହାଇଦ୍ରାବାଦର ଆଇନ ଛାତ୍ରୀ ରାମାଗିରି ସ୍ବାରିକା 4,042ଟି ଚାଉଳରେ ଭଗବତ ଗୀତା ଲେଖିଛନ୍ତି । ଏହି ମାଇକ୍ରୋ ଆର୍ଟ ପାଇଁ ଛାତ୍ରୀ ଜଣଙ୍କୁ 150 ଘଣ୍ଟା ସମୟ ଲାଗିଥିଲା । କେବଳ ମାଇକ୍ରୋ ଆର୍ଟ ନୁହେଁ ସେ ମିଲ୍କ ଆର୍ଟ ଓ ପେପରକୁ କାଟି ବିଭିନ୍ନ ପ୍ରକାର କାଳାକୃତି ମଧ୍ୟ କରନ୍ତି । ଏହାସହ କେତେକ ମଞ୍ଚିରୁ ମଧ୍ୟ ସେ ବିଭିନ୍ନ ପ୍ରକାର କଳାକୃତି ଆଙ୍କିଛନ୍ତି । ଏସବୁ କାରୁକାର୍ଯ୍ୟ ପାଇଁ ତେଲେଙ୍ଗାନା ରାଜ୍ୟପାଳ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି । ଜାତୀୟ ସ୍ତରରେ ମାନ୍ୟତା ପାଇବା ପରେ କଳାକୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ପ୍ରସ୍ତୁତି କରୁଥିବା ସେ କହିଛନ୍ତି ।

କଳା , ସଙ୍ଗୀତ ପ୍ରତି ଆଗ୍ରହ ତାଙ୍କର ଆଗ୍ରହ ପିଲା ଦିନରୁ ରହିଥିଲା । ସେଥିପାଇଁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ଗତ ଚାରି ବର୍ଷରୁ ଚାଉଳରୁ ପ୍ରଭୁ ଗଣେଶଙ୍କ ଚିତ୍ର ସହିତ ମାଇକ୍ରୋ ଆର୍ଟ ଆରମ୍ଭ କରିଥିଲେ । ଏହାପରେ, ଚାଉଳରେ ଇଂରାଜୀ ବର୍ଣ୍ଣମାଳା ଲେଖିଥିଲେ । 2019ରେ ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଥିଲା। ସେ ଭାରତର ପ୍ରଥମ ମାଇକ୍ରୋ କଳାକାର ଭାବରେ ମାନ୍ୟତା ପାଇଥିଲେ। 2017 ରେ ଆନ୍ତର୍ଜାତୀୟ ଅର୍ଡର ବୁକ୍ ଅଫ ରେକର୍ଡ ପ୍ରଦାନ କରାଯାଇଥିଲା । 2019ରେ ଉତ୍ତର ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ତରଫରୁ ଏକ ଜାତୀୟ ପୁରସ୍କାର ମିଳିଥିଲା । 2000ରୁ ଅଧିକ ମାଇକ୍ରୋ ଆର୍ଟରେ କାମ କରିଛନ୍ତି । ନିଆରା ପ୍ରତିଭା ସହିତ ଭବିଷ୍ୟତରେ ଜଣେ ବିଚାରପତି ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.