ETV Bharat / bharat

ଦେଶର ଛାତ୍ର କରିବେ କୋରୋନା ‘ସମାଧାନ’, MHRD ଆରମ୍ଭ କଲା ପ୍ରତିଯୋଗିତା

author img

By

Published : Apr 8, 2020, 12:46 PM IST

କୋରୋନା ଭାଇରସ ମୁକାବିଲାରେ ଛାତ୍ରଛାତ୍ରୀ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ । ମାନବ ସମ୍ବଳ ମନ୍ତ୍ରଣାଳୟର ଇନୋଭେସନ ସେଲ୍ ଏବଂ ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକନିକାଲ ଏଜୁକେସନ (AICTE) ଏକ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ କରିଛି ।

MHRD start challenge competition
ଦେଶର ଛାତ୍ର କରିବେ କୋରୋନା ‘ସମାଧାନ

ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲାରେ ଛାତ୍ରଛାତ୍ରୀ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ । ମାନବ ସମ୍ବଳ ମନ୍ତ୍ରଣାଳୟର ଇନୋଭେସନ ସେଲ୍ ଏବଂ ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକନିକାଲ ଏଜୁକେସନ (AICTE) ଏକ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ କରିଛି । ଏହି ପ୍ରତିଯୋଗିତାର ନାମ 'ସମାଧାନ' ରଖାଯାଇଛି ।

ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ସରକାରୀ ଏଜେନ୍ସି, ସ୍ବାସ୍ଥକର୍ମଚାରୀ, ଡାକ୍ତରଖାନା ଓ ଅନ୍ୟାନ୍ୟ ସେବା ସମୟରେ ସମ୍ମୁଖିନ ହେଉଥିବା ସମସ୍ୟାର ସମାଧାନ ଖୋଜିବେ । ଏହାଛଡା ନାଗରିକଙ୍କୁ ସଚେତନ କରାଇବା, ଚ୍ୟାଲେଞ୍ଜର ସାମ୍ନା କରିବା ଓ ଲୋକଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିପାରିବେ ।

'ସମାଧାନ' ପ୍ରତିଯୋଗିତା ଅଧୀନରେ ଛାତ୍ର ଏବଂ ଅଧ୍ୟାପିକାମାନେ ପରୀକ୍ଷା ଏବଂ ନୂତନତ୍ବ ପାଇଁ ଉତ୍ସାହିତ ହେବେ । ଏହି କାର୍ଯ୍ୟକ୍ରମର ସଫଳତା ନିର୍ଭର କରିବ ଯେ, ପ୍ରତିଯୋଗୀମାନଙ୍କ ମତାମତ କେତେ ପ୍ରଭାବଶାଳୀ । ଯେଉଁମାନେ ଉଭୟ ବୈଷୟିକ ଏବଂ ବ୍ୟବସାୟିକ ଭାବରେ ସମାଧାନ ଖୋଜିବେ ସେମାନେ କୋରୋନା ମହାମାରୀକୁ ମୁକାବିଲା କରିବାରେ ସାହାଯ୍ୟ କରିପାରିବେ ।

ଏହି ପ୍ରତିଯୋଗିତାରେ ଭାଗ ନେବାକୁ 7 ଏପ୍ରିଲ 2020 ରୁ ଆବେଦନ କରାଯିବ। ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି 14 ଏପ୍ରିଲ 2020 । ଏହି ପ୍ରତିଯୋଗିତାରେ ଆଗକୁ ଯାଉଥିବା ପ୍ରତିଯୋଗୀଙ୍କ ନାମ 17 ଏପ୍ରିଲ 2020 ରେ ଘୋଷଣା କରାଯିବ ଏବଂ ସେହି ପ୍ରତିଯୋଗୀମାନେ 18 ରୁ 23 ଏପ୍ରିଲ 2020 ମଧ୍ୟରେ ସେମାନଙ୍କର ଏଣ୍ଟ୍ରିପତ୍ର ଦାଖଲ କରିବାକୁ ପଡ଼ିବ । ଅନ୍ତିମ ତାଲିକା 24 ଏପ୍ରିଲ 2020 ରେ ପ୍ରକାଶ ପାଇବ । ଏହାପରେ ଗ୍ରାଣ୍ଡ ଅନଲାଇନ୍ 25 ଏପ୍ରିଲ 2020 ରେ ନିଷ୍ପତ୍ତି ନେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.