ନୂଆଦିଲ୍ଲୀ: ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସା ବାତିଲ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ସେଥିପାଇଁ ତାଙ୍କୁ ଦିଲ୍ଲୀକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି ।
ସରକାରୀ ସୂତ୍ର ଅନୁସାରେ, ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସାକୁ ବାତିଲ କରାଯାଇଛି । ଭିସାର ବୈଧତା ନା ଥିବାରୁ ତାଙ୍କୁ ଦେଶକୁ ଆସିବାକୁ ବାରଣ କରାଯାଇଛି । ତେଣୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ତାଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଡେବି ଆବ୍ରାହମ ଭାରତ ସରକାର କାଶ୍ମୀର ଉପରେ ନେଇଥିବା ପଦକ୍ଷେପକୁ ପ୍ରବଳ ବିରୋଧ କରିଥିଲେ ।
@ANI