ETV Bharat / bharat

ଏହି ମନ୍ଦିରରେ ପୁରୁଷ ମନା...

ବହୁଧର୍ମ ଓ ବହୁ ଭାଷାଭାଷୀଙ୍କ ସ୍ଥାନ ହେଉଛି ଭାରତ । ଏହାର କୋଣ ଅନୁକୋଣରେ ପାଇବେ ବିଭିନ୍ନ କିମ୍ବଦନ୍ତୀ ଓ ପ୍ରଥା । ତେବେ ପୁରାତନ କାଳରୁ ଅନେକ ଗୁଡିଏ ପ୍ରଥା ଏବେ ବି ଭାରତୀୟ ସଂସ୍କୃତିରେ ପ୍ରଚଳିତ ହୋଇଆସୁଛି । ଆପଣମାନେ ଆଗରୁ ଶୁଣିଥିବେ ଭାରତର ଅନେକଗୁଡିଏ ଧାର୍ମିକ ସ୍ଥଳକୁ ମହିଳାଙ୍କ ପ୍ରବେଶକୁ ମନାକରାଯାଇଥାଏ । କିନ୍ତୁ ଏପରି କିଛି ମନ୍ଦିର ଅଛି ଯେଉଁଠି ପୁରୁଷଙ୍କ ପ୍ରବେଶକୁ ଅନୁମତି ନାହିଁ । ଏହି ସମସ୍ତ ମନ୍ଦିରରେ କେବଳ ମହିଳା ପୂଜାରୀ ଓ ମହିଳା ଭକ୍ତ ଆସିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ମନ୍ଦିରରେ ପୁରୁଷଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ।

author img

By

Published : Apr 6, 2019, 3:32 PM IST

ଫାଇଲ ଫଟୋ

ଆଟ୍ଟୁକାଲ ଭଗବତୀ ମନ୍ଦିର

ଏହି ମନ୍ଦିର କେରଳରେ ଅବସ୍ଥିତ । ଏହି ମନ୍ଦିର ମହିଳାଙ୍କ ପାଇଁ ଉତ୍ସର୍ଗିକୃତ । ଏହି ମନ୍ଦିରରେ ପୁରୁଷଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥାଏ । ତେବେ ପୋଙ୍ଗଲ ଦିନ ଏହି ମନ୍ଦିରରେ ପୂଜା ଧୁମଧାମରେ ପାଳନ କରାଯାଏ । ତେବେ ଏହି ପର୍ବରେ ମନ୍ଦିରକୁ
ଲକ୍ଷ ଲକ୍ଷ ମହିଳା ଶ୍ରଦ୍ଧାଳୁ ଆସୁଥିବାରୁ ଏହା ଗ୍ରୀନୀଜ ବୁକ ଅଫ୍ ୱାର୍ଲ ରେକର୍ଡରେ ସ୍ଥାନ ପାଇଛି ।

ବ୍ରହ୍ମା ମନ୍ଦିର

ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ବ୍ରହ୍ମା ତାଙ୍କ ସ୍ତ୍ରୀ ମା ସରସ୍ବତୀଙ୍କ ସହ ପୁଷ୍କାର ନଦୀ କୂଳରେ ଯଜ୍ଞ କରିବାର ଥିଲା । କିନ୍ତୁ କୌଣସି କାରଣବଶତଃ ମା ସରସ୍ବତୀ ପହଞ୍ଚିବା ବିଳମ୍ବ ହୋଇଯାଇଥିଲା । ଏହି କାରଣରୁ ବ୍ରହ୍ମା ମା ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ ସମାପ୍ତ କରିଥିଲେ । ଏହି ଘଟଣାରେ କ୍ରୋଧିତ ହୋଇ ସରସ୍ବତୀ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ କୌଣସି ବି ବିବାହିତ ପୁରୁଷ ଏହି ମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ ।

ତ୍ରୟମ୍ବକେଶ୍ବର ମନ୍ଦିର

ଏହି ମନ୍ଦିରର ଗର୍ଭଗୃହକୁ ପ୍ରଥମେ ମହିଳାଙ୍କ ପ୍ରବେଶକୁ ଅନୁମତି ନଥିଲା । କାରଣ ଏହି ମନ୍ଦିରର ଗର୍ଭଗୃହ ଭଗବାନ ଶିବଙ୍କୁ ସମର୍ପିତ ହୋଇଛି । ହେଲେ 2016 ବର୍ଷରେ ବମ୍ବେ ହାଇକୋର୍ଟ ଏକ ଆଶ୍ଚର୍ଯ୍ୟକର ରାୟ ଶୁଣାଇଥିଲେ । ଯେଉଁଥିରେ କୁହାଯାଇଥିଲା କି ଯଦି ଏହି ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ଅନୁମତି ନାହିଁ ତେବେ ପୁରୁଷ ମାନେ ମଧ୍ୟ ପ୍ରବେଶ କରିପାରିବେ ନାହିଁ ।

ଭଗବତୀ ମନ୍ଦିର

ଭଗବତୀ ମନ୍ଦିର କନ୍ୟାକୁମାରୀରେ ଅବସ୍ଥିତ । ଏହି ମନ୍ଦିର ମାତା ଦୁର୍ଗାଙ୍କୁ ସମର୍ପଣ କରାଯାଇଛି । ଏହାସହ ଭଗବତୀଙ୍କ ମନ୍ଦିର ଦ୍ବାରକୁ କେବଳ ସନ୍ୟାସ ନେଇଥିବା ପୁରୁଷ ମାନେ ହିଁ ଆସିପାରିବେ । ଏହାସହ ମନ୍ଦିରରେ ବିବାହିତ ପୁରୁଷଙ୍କ ପ୍ରବେଶକୁ ଅନୁମତି ନାହିଁ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.