ମୁମ୍ବାଇ: ଲିଙ୍ଗଗତ କାନୁନକୁ ନେଇ କିଛି ପୁରୁଷ ପାଳିଛନ୍ତି ପିପଳ ପୂର୍ଣ୍ଣମା । ପତ୍ନୀଙ୍କ ଦ୍ବାରା ର୍ଦୁବ୍ୟବହାରର ଶିକାର ହେଉଥିବା ପୁରୁଷମାନେ ଏହି ପର୍ବ ପାଳନ କରିଥାନ୍ତି । ମହାରାଷ୍ଟ୍ରର ଔରଙ୍ଗାବାଦରେ ପାଳନ ହୋଇଥାଏ ଏହି ପର୍ବ । ପିମ୍ପଲ ଅର୍ଥାତ ପିପଳ ଗଛ ।
କେବଳ ଯେ ଜଣେ ମହିଳା ସ୍ବାମୀ ଦ୍ବାର ନିର୍ଯାତନାର ଶିକାର ହୋଇଥାଏ ତାହା ନୁହେଁ, ବରଂ ଜଣେ ପୁରୁଷ ମଧ୍ୟ ଭୋଗିଥାଏ ସମାନ ଦଶା। ପତ୍ନୀଙ୍କ ଦ୍ବାରା ଅନେକ ସମୟରେ ନିର୍ଯାତନାର ଶିକାର ହୁଅନ୍ତି ପୁରୁଷ।
ଏନେଇ ପତି-ପତ୍ନୀ ପୁରୁଷ ସଙ୍ଗଠନ ସଦସ୍ୟ ପିପଳ ଗଛ ଚାରିପଟେ ବୁଲି ପୂଜା କରିଥାନ୍ତି । ମହିଳାଙ୍କ ଭଳି ପୁରୁଷଙ୍କ ପାଇଁ ମଧ୍ୟ ସମାନ ଆଇନ ରହିବା କଥା । ମହିଳାଙ୍କୁ ସର୍ବଦା ଗୁରୁତ୍ବ ଦିଆଯିବାର ସେମାନେ ଫାଏଦା ଉଠାଉଛନ୍ତି । ଆଉ ପୁରୁଷଙ୍କ ସହ ଦୁର୍ବବହାର କରୁଛନ୍ତି । ତେଣୁ ଏହାର ସମାଧାନ ହେବା ଉଚିତ । ଆଉ ଉଭୟ ଲିଙ୍ଗକୁ ସମାନ ଅଧିକାର ଦିଆଯାଉ ।