ETV Bharat / bharat

ଅନ୍ୟତ୍ର ସ୍ଥାନାନ୍ତରଣ ହେଲେ ମେହବୁବା ମୁଫତି - ସ୍ଥାନାନ୍ତରିତ ହେଲେ ମେହବୁବା ମୁଫତି

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ଚସମେ ଶାହି ଗେଷ୍ଟ ହାଉସରୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଗଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 15, 2019, 7:45 PM IST

ଶ୍ରୀନଗର: ଶୀତ ଦିନକୁ ଦୃଷ୍ଟିରେ ରଖି ଚସମେ ଶାହିରୁ ଶ୍ରୀନଗରର ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ ହେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି । ଥଣ୍ଡା କାରଣରୁ ତାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ମେହବୁବାଙ୍କ ଝିଅ ଇଲତିଜା ଦାବି କରିଥିଲେ । ତେବେ ତାଙ୍କ ଦାବିକୁ ମାନିଛନ୍ତି ଜମ୍ମୁ-କାଶ୍ମୀର ପ୍ରଶାସନ । ମେହବୁବାଙ୍କୁ ଚସମେ ଶାହି ଗେଷ୍ଟ ହାଉସରୁ ସ୍ଥାନାନ୍ତରଣ କରି ଲାଲଚୌକ ଅଞ୍ଚଳରେ ରଖାଯାଇଥିବା ଜଣାପଡିଛି ।

ଏହା ପୂର୍ବରୁ ସେପ୍ଟେମ୍ବର 5 ତାରିଖରେ ମେହବୁବାଙ୍କୁ ତାଙ୍କ ଝିଅ ସହ ସାକ୍ଷାତ କରିବାର ଅନୁମତି ମିଳିଥିଲା । ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଇନ ଶୃଙ୍ଖଳା ବିଗିଡିବାର ଆଶଙ୍କା କରି ସରକାର ମେହବୁବା ମୁଫତିଙ୍କ ସମେତ ଅନେକ ନେତାଙ୍କୁ ପ୍ରଥମେ ଗୃହବନ୍ଦୀ ଓ ପରେ ଗିରଫ କରିଥିଲେ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.