ETV Bharat / bharat

ମେଘାଳୟର ଟ୍ୟୁନ୍ ଭିଲେଜ୍, ସୁରିଲା ଗାଁକୁ ସ୍ଵରରେ ନାଁ - ଅଜଣା କଥା

ସମୟ ଅନୁସାରେ ଓ୍ଵେଲକମ୍ ତରିକା ବଦଳିଛି-ଫେୟାର୍-ଓ୍ଵେଲ୍ ପରିଭାଷା ପରିବର୍ତ୍ତନ ହୋଇଛି। କିନ୍ତୁ ସବୁଥିରେ ଗୋଟିଏ ଅର୍ନ୍ତନିହିତ ବାସ୍ତବତା ହେଉଛି ଅତି ମଧୁର ଭାବେ ଅନ୍ୟକୁ ଡାକିବା, ସୂଚନା ଦେଵା ଏଵଂ ବାର୍ତ୍ତାଳାପ କରିବା। ହେଲେ ଏସବୁ ଧାରାରୁ ଆହୁରି ଆଗରେ ରହିଛି ଟ୍ୟୁନ୍ ଭିଲେଜର ଟ୍ୟୁନ୍ ନେମ୍ ବା ସଂଗୀତ ଭିତ୍ତିକ ନାମକରଣ !

ମେଘାଳୟର ଟ୍ୟୁନ୍ ଭିଲେଜ୍ , ସୁରିଲା ଗାଁରେ ସ୍ଵରରେ ନାଁ

author img

By

Published : Jul 17, 2020, 9:02 AM IST

ସ୍ବାଗତର ଭିନ୍ନ ଏକ ଅନ୍ଦାଜ। ପରିଚୟର ଅନନ୍ୟ ସ୍ବତନ୍ତ୍ରତା। ରିଙ୍ଗ୍ ଟୋନ୍, କଲର୍ ଟ୍ୟୁନ୍, କଲିଂ ବେଲ୍ ଆଗନ୍ତୁକଙ୍କ ସହ ଭେଟ ହେବା ଓ କଥା ହେବା ପାଇଁ ସଂଯୋଗର ଏକ ମାଧ୍ୟମ ପାଲଟିଥିବା ବେଳେ ଏଠାକାର ଲୋକ ଯୁଗ ଠାରୁ ଦୁଇ ପାଦ ଆଗରେ। ଏମାନେ ସେତିକି ମଡର୍ଣ୍ଣ ନୁହଁନ୍ତି ହେଲେ ଡାକିବାର ଶୈଳୀ ଖୁବ୍ ନିଆରା। ଏମାନଙ୍କ ନାଁ କୌଣସି ଏକ ଶବ୍ଦରେ ତିଆରି ହୋଇନଥାଏ ବରଂ ଏକ ସ୍ବରରେ ରଖାଯାଏ। ପିଲାଟିଏ ଜନ୍ମ ହେଲେ ପିତାମାତା ନାମକରଣ କରିବା ପାଇଁ ସ୍ବତନ୍ତ୍ର ପୂଜା କରିଥାନ୍ତି। ଏକୋଇଶିଆରେ ଖାସ୍ ମାମୁଁ ଆସି ଭଣଜା କି ଭାଣିଜର ନାଁ ରଖିଥାଏ। କିନ୍ତୁ ଏମିତିକି ଗାଁ ରହିଛି ଯେଉଁଠି ସମସ୍ତେ ଗୋଟେ ଗୋଟେ ଟ୍ୟୁନ୍ । ଏଠି ଜଣେ ଜଣକୁ ଡାକିବାକୁ ସ୍ବରର ବ୍ୟବହାର କରିଥାଏ। ସେଥିଲାଗି ଏହି ଗାଁକୁ କୁହାଯାଏ ମେଲୋଡି ଭିଲେଜ୍ ବା ଟ୍ୟୁନ୍ ଭିଲେଜ୍।

ମେଘାଳୟର ଟ୍ୟୁନ୍ ଭିଲେଜ୍ , ସୁରିଲା ଗାଁରେ ସ୍ଵରରେ ନାଁ

ଭାଵାଵେଗକୁ ଶବ୍ଦରେ ରୂପାନ୍ତରିତ କରିବା ପାଇଁ ଧ୍ଵନୀର ଆବଶ୍ୟକତା ଜରୁରୀ। ଧ୍ଵନୀ ଯେଵେ ଟ୍ୟୁନ୍ ବା ସ୍ବର ହୁଏ ତାହାର ମୂଲ୍ୟଵୋଧ ଏଵଂ ଗୁରୁତ୍ଵ ଯଥେଷ୍ଟ ବଢିଯାଏ। ସେମିତି ଏହି ଟ୍ୟୁନ୍ ଭିଲେଜ୍ ପ୍ରତ୍ୟେକ ମଣିଷର ନାଁକୁ ଶବ୍ଦ ନୁହେଁ ସ୍ବରରେ ଡାକିଲା ବେଳେ ଯିଏ କେହିବି ଆଶ୍ଚର୍ଯ୍ୟ ହେଵା ସ୍ଵଭାବିକ୍।

ପାହାଡ ପର୍ବତ ଘେରା ଅଞ୍ଚଳ। କୁହୁଡିରେ ଝାପ୍ସା ଦିଶୁଥିବା ଇଲାକା। ଭୂସ୍ଵର୍ଗର ପରିଚୟବହନ କରୁଥିବା ଏଠାକାର ସହର ଓ ଗାଁ ବର୍ଷ ସାରା ବର୍ଷାର ଚାଦର ଢାଙ୍କି ହୋଇଥାଏ। ଏଠାକୁ ଯିଏ ଥରେ ଯିବ ସେ, ସେହି ସ୍ଥାନର ପ୍ରେମରେ ପଡିଯିବା ସ୍ବଭାବିକ। ସୋହରାର ଏହା ଏକ ସାଧାରଣ ଦୃଶ୍ୟ, ଯାହାକି ଚେରାପୁଞ୍ଜୀ ଭାବରେ ଜଣାଶୁଣା ।

ଉତ୍ତର-ପୂର୍ବ ଭାରତର ପାହାଡ଼ିଆ ମେଘାଳୟର ରାଜଧାନୀ ସିଲଂ ହଷ୍ଟେଲ-ବୋସଷ୍ଟଲଠାରୁ ପ୍ରାୟ 55 କିଲୋମିଟର ଦୂରରେ ଅବସ୍ଥିତ। ସୋହରାର ମୁଖ୍ୟ ସଂଯୋଗଠାରୁ ଆହୁରି ଦୂରରେ, କଙ୍ଗଥୋଙ୍ଗ ନାମକ ଏକ ଗାଁ ଅଛି ଯାହା ଆଖିରେ ଦେଖିବା ପୂର୍ବରୁ ମଧ୍ୟ ଅନେକ କିଛି କହିଦିଏ।

ଏହି ସ୍ଥାନରେ ଏକ ସ୍ୱରରେ ଶିଶୁର ନାମକରଣ କରିବାର ଅନନ୍ୟ ପରମ୍ପରା ପାଇଁ ଜଣାଶୁଣା। କଙ୍ଗଥୋଙ୍ଗ ନିକଟ ଅତୀତରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟମାନଙ୍କ ପରି ଏକ ନାମ ରହିବା ବ୍ୟତୀତ, ସେମାନଙ୍କର ସ୍ୱତନ୍ତ୍ର ପରିଚୟ ହେଉଛି ସେମାନଙ୍କର ସ୍ୱର ।

ଏହି ସ୍ୱରଟି ମା’ଙ୍କଠାରୁ ଆସିଥାଏ। ସନ୍ତାନ ଜନ୍ମ କରିବା ପରେ ମଧ୍ୟ ମା' ସୁସ୍ଥ ରହିଥାଏ। ମା ତାର ଜନ୍ମିତ ସନ୍ତାନକୁ ଏକ ଗୀତ ଗାଇ ଶୁଣାଇଥାଏ ଏବଂ ହୃଦୟଙ୍ଗମ କରେ ଯେ ପିଲାଟି ଏକ ନିର୍ଦ୍ଦିଷ୍ଟ ସ୍ୱରରେ ପ୍ରତିକ୍ରିୟା କରେ । ଯାହାକି ପିଲାଟିକୁ ତାର ପରିଚୟ ଦେଇଥାଏ । ସମାଜବିତ୍ ଓ ମନସ୍ତସ୍ବବିତ୍ ମାନେ ଏନେଇ ଅନେକ ତର୍ଜମାନ କରୁଥିଲେ ମଧ୍ୟ ଠୋସ୍ ପ୍ରମାଣ ମିଳିପାରି ନାହିଁ।

ତେବେ ଏଠାକାର ଲୋକଙ୍କ କହିବା ଅନୁସାରେ, ନାମ ବଦଳରେ ଟ୍ୟୁନରେ ଡାକିବା ଦ୍ବାରା ମନର ଭାବନା ଅବ୍ୟକ୍ତ ଭାବେ ପ୍ରକାଶିତ ହୁଏ। ଏପରିକି ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ ତାର ସ୍ୱର ପୁନର୍ବାର ବ୍ୟବହୃତ ହୁଏ ନାହିଁ କାରଣ ଏହା ସେହି ବ୍ୟକ୍ତିର ପରିଚୟ । ଏହି ଗୀତଟି ଜଣେ ମା ପାଇଁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଏବଂ ବେଳେବେଳେ ଏହା ଆଖିରେ ଲୁହ ଆଣିଥାଏ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଗାଁର କୌଣସି ବ୍ୟକ୍ତିଙ୍କ ସହିତ ଏହି ଗୀତଗୁଡ଼ିକର ସମାନତା ଦେଖାଯାଏ ନାହିଁ । ପ୍ରତ୍ୟେକ ସ୍ୱର ଅନନ୍ୟ ଏବଂ ଏକ ନିର୍ଦ୍ଦିଷ୍ଟ ଶିଶୁ କିମ୍ବା ବ୍ୟକ୍ତିର ପରିଚୟ । ହେଲେ ଏଠାକାର ବାସିନ୍ଦାମାନଙ୍କ ପଛୁଆ ହୋଇ ରହିଯାଇଛନ୍ତି। ଯିବା ଆସିବା କରିବାକୁ ରାସ୍ତା ନାହିଁ, ଲୋକ ମାନେ ଜୀବିକା ନିର୍ବାହ କରିବା ପାଇଁ ବହୁତ କଷ୍ଟ କରିଥାନ୍ତି। ପ୍ରତ୍ୟେକ ଦିନ ଯାତାୟତ କରିବା ପାଇଁ ଏମାନଙ୍କ ପାଇଁ ସବୁଠୁ ବଡ ସଙ୍ଘର୍ଷ।ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ହୁଏତ କଙ୍ଗଥୋଙ୍ଗ ପରିଦର୍ଶନ କରିଥିବେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା କୌଣସି ଦର୍ଶନୀୟ ସ୍ଥାନ ତାଲିକାରେ ରହିଥିବା ଦେଖାଯାଏ ନାହିଁ।

ସେ ଯାହାବି ହେଉନା କାହିଁ ସମୟ ଅନୁସାରେ ଓ୍ଵେଲକମ୍ ତରିକା ବଦଳିଛି-ଫେୟାର୍-ଓ୍ଵେଲ୍ ପରିଭାଷା ପରିବର୍ତ୍ତନ ହୋଇଛି। କିନ୍ତୁ ସବୁଥିରେ ଗୋଟିଏ ଅର୍ନ୍ତନିହିତ ବାସ୍ତବତା ହେଉଛି ଅତି ମଧୁର ଭାବେ ଅନ୍ୟକୁ ଡାକିବା, ସୂଚନା ଦେଵା ଏଵଂ ବାର୍ତ୍ତାଳାପ କରିବା। ହେଲେ ଏସବୁ ଧାରାରୁ ଆହୁରି ଆଗରେ ରହିଛି ଟ୍ୟୁନ୍ ଭିଲେଜର ଟ୍ୟୁନ୍ ନେମ୍ ବା ସଂଗୀତ ଭିତ୍ତକ ନାମକରଣ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.