ETV Bharat / bharat

ଗୁଣିଗାରେଡି ଶିଖିବାକୁ ବୃଦ୍ଧଙ୍କୁ ଜୀଅନ୍ତା ପୋତି ଦେଲା ପୁତୁରା

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ଶିଖିବା ପାଇଁ 80ବର୍ଷର ବୃଦ୍ଧଙ୍କୁ ପାଞ୍ଚଫୁଟ ଗାତରେ ପୋତିଦେଲେ ପୁତୁରା । ପୋଲିସ ଚାରିଜଣ ପୁତୁରାଙ୍କ ସହ ଘଟଣାରେ 8ଜଣଙ୍କୁ ଗିରଫ କରିଛି ।

author img

By

Published : Oct 14, 2020, 11:01 AM IST

80-year-old man buried alive for 'practising witchcraft',
ଗୁଣିଗାରେଡି ଶିଖିବାକୁ ବୃଦ୍ଧଙ୍କୁ ଜିଆନ୍ତା ପୋତି ଦେଲା ପୁତୁରା

ସିଲଂ: ମେଘାଳୟରେ ଘଟିଛି ଏକ ଦୁଃଖଦ ଘଟଣା । ତନ୍ତ୍ରମନ୍ତ୍ର ଶିଖିବା ପାଇଁ ଜଣେ 80ବର୍ଷର ବୃଦ୍ଧଙ୍କୁ ଜୀଅନ୍ତା 5ଫୁଟ ଗାତରେ ପୋତି ହେଲେ ଚାରି ଜଣ ପୁତୁରା । ଘଟଣାର ଦଦନ୍ତ କରି ପୋଲିସ ଆଠଜଣଙ୍କୁ ଗିରଫ କରିଛି ।

ତନ୍ତ୍ରମନ୍ତ୍ର ଶିଖିବା ପାଇଁ ଅତି ନିମ୍ନ ସ୍ତରକୁ ଖସିଲା ପୁତୁରା । ନିଜ ବଡବାପାଙ୍କୁ ପାଞ୍ଚଫୁଟ ଗଭୀର ଗାତରେ ଜୀଅନ୍ତା ପୋତି ଦେଲେ ଚାରିଜଣ ପୁତୁରା । ଖବର ଅନୁଯାୟୀ ମାୱାଲିହବାହ ମାନୱାର ଗାଁର ମୋରିସ ମାରନଗର ନାମକ ଜଣେ ବୃଦ୍ଧ ଘରୁ ହଠାତ୍ କୁଆଡେ ଚାଲିଯାଇଥିଲେ । ଘର ଲୋକ ତାଙ୍କୁ ଅପହରଣ କରାଯାଇଥିବା ଅନୁମାନ କରି ପୋଲିସର ସାହାଯ୍ୟ ଲୋଡିଥିଲେ । ବୃଦ୍ଧଙ୍କ ଝିଅ ତାଙ୍କ ବାପାଙ୍କୁ ଅପହରଣ କରିବାରେ ତାଙ୍କ ଚାରି ପୁତୁରାଙ୍କ ହାତ ଥିବା କହିଥିଲେ । ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଲା ଯେ ପଶ୍ଚିମ ଗରୋ ପାହାଡ ପାଖରେ ଜଣେ ବୃଦ୍ଧଙ୍କ ହାତଗୋଡ ବାନ୍ଧି ପୋତାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚଫୁଟ ଗାତରୁ ମୃତ ମୋରିସଙ୍କୁ ଉଦ୍ଧାର କରିଛି । ସେଠାରେ କିଛି ଗାଁ ଲୋକ ଉପସ୍ଥିତ ଥିଲେ । ଘଟଣାରେ ସମୁଦାୟ 8ଜଣଙ୍କ ସଂପୃକ୍ତି ଥିବା ବେଳେ ଚାରି ଜଣ ବୃଦ୍ଧଙ୍କ ପୁତୁରା ବୋଲି ଜଣାପଡିଛି । ପୋଲିସ ସମସ୍ତ 8ଜଣଙ୍କୁ ଗିରଫ କରିଛି ।

ଘଟଣାରେ ଗୃହ ମନ୍ତ୍ରୀ ଲକ୍ଷମେନ ରିନବୁଇ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.