ETV Bharat / bharat

ଆଜି ଦିଲ୍ଲୀ କଂଗ୍ରେସକୁ ମିଳିବ ନୂଆ ସଭାପତି

author img

By

Published : Aug 27, 2019, 2:35 PM IST

କଂଗ୍ରେସ ପକ୍ଷରୁ ଆଜି ବସିବ ବୈଠକ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହେବ ।

ଆଜି ଦିଲ୍ଲୀ କଂଗ୍ରେସକୁ ମିଳିବ ନୂଆ ସଭାପତି

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସକୁ ଆଜି ମିଳିପାରେ ସଭାପତି । ଏନେଇ କଂଗ୍ରେସ ପକ୍ଷରୁ ଆଜି ବୈଠକ ଅନୁଷ୍ଠିତ ହେବ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହେବ ।

ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ନିଧନ ପରେ ଏହି ପଦବୀ ଖାଲି ପଡିଛି । ଆଗକୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏନେଇ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖୁବଶିଘ୍ର ସଭାପତି ଚୟନ ଲାଗି ଦଳୀୟ ନେତୃବୃନ୍ଦ ନିଷ୍ପତ୍ତି ନେଇଛନ୍ତି । ଏବେ ଦିଲ୍ଲୀ କଂଗ୍ରେସର 3 ଜଣ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ତେବେ ଆଜି ବୈଠକରେ ଜଣେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତି ହେବାର ସମ୍ଭାବନା ରହିଛି ।

ଦଳର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତି ହେବା ପରେ ସୋନିଆ ଏହାକୁ ପ୍ରାଥମିକତା ଦେଇଛନ୍ତି । ହରିୟାଣାରେ ଗତକାଲି ରାତିରେ ସଭାପତି ଚୟନ ହୋଇଛି । ଏଠାରେ ମଧ୍ୟ ସଭାପତି ପଦ ଖାଲି ପଡିଥିଲା । ଏହାସହ ଝାଡଖଣ୍ଡରେ ମଧ୍ୟ ସଭାପତି ବାଛିବା ଲାଗି ସୋନିଆଙ୍କୁ ଅନେକ କଷ୍ଟ କରିବାକୁ ପଡିବ । କାରଣ ସେଠାରେ ଏହି ପଦ ପଛରେ 2ଟି ଗୋଷ୍ଠୀ ନିଜ ନିଜ ନେତାଙ୍କ ନାମ ଲବି କରୁଛନ୍ତି ।

ତେବେ ଦିଲ୍ଲୀ ପାଇଁ ଆଜି ସୋନିଆଙ୍କ ବାସଭବନରେ ବୈଠକ ହେବ । ଏଥିରେ ଅନେକ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେବାର ସମ୍ଭାବନା ରହିଛି । ଜଣେ ଦୃଢ ତଥା ଯୁବ ନେତାଙ୍କ ହାତରେ ଏହି ଭାର ଦିଆଯିବ ବୋଲି ଆଶା ରହିଛି ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.