ETV Bharat / bharat

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାମାନ୍ୟ ଆଶ୍ବସ୍ତି; ଜୁଲାଇ 8 ଯାଏଁ ଏନସିପିର ଷ୍ଟାଣ୍ଡିଂ କମିଟି ବୈଠକ ସ୍ଥଗିତ - meeting of Nepal Communist Party standing committee has been adjourned till July 8

ନେପାଳ ପ୍ରଧାନମନ୍ତ୍ରୀ କେପିଶର୍ମା ଓଲିଙ୍କୁ ସାମାନ୍ୟ ଆଶ୍ବସ୍ତି । ଜୁଲାଇ 8 ତାରିଖ ଯାଏ NCP(ନେପାଳ କମ୍ୟୁନିଷ୍ଟ ପାର୍ଟି)ର ଷ୍ଟାଣ୍ଡିଂ କମିଟି ବୈଠକ ସ୍ଥଗିତ । ଅଧିକ ପଢନ୍ତୁ...

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସାମାନ୍ୟ ଆଶ୍ବସ୍ତି; ଜୁଲାଇ 8 ଯାଏ ଏନସିପିର ଷ୍ଟାଣ୍ଡିଂ କମିଟି ବୈଠକ ସ୍ଥଗିତ

author img

By

Published : Jul 6, 2020, 10:44 AM IST

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପିଶର୍ମା ଓଲିଙ୍କୁ ସାମାନ୍ୟ ଆଶ୍ବସ୍ତି । ଜୁଲାଇ 8 ତାରିଖ ଯାଏଁ NCP(ନେପାଳ କମ୍ୟୁନିଷ୍ଟ ପାର୍ଟି)ର ଷ୍ଟାଣ୍ଡିଂ କମିଟି ବୈଠକ ସ୍ଥଗିତ । ନେପାଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଉପରେ NCPର ଷ୍ଟାଣ୍ଡିଂ କମିଟି ବୈଠକ ବସିବାକୁ ଥିବାବେଳେ ଏହାକୁ ଜୁଲାଇ 8 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି ।

ସୂଚନାଥାଉକି, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ମନୋଭାବ ତଥା ନେପାଳର କୌଣସି ଆଖିଦୃଶିଆ କାର୍ଯ୍ୟ ନକରିବା ପ୍ରତିବାଦରେ ତାଙ୍କ ଉପରେ ଇସ୍ତଫାର ଚାପ ବଢିବାରେ ଲାଗିଛି । ଏନେଇ ରବିବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ପୁଷ୍ପ କମଲ ଦହଲ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକ କରିଥିଲେ ।

ପୁଷ୍ପ କମଲ ଦହଲ ପ୍ରଥମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଭେଟିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକ କରିଥିଲେ । ତେବେ ବୈଠକର କୌଣସି ଫଳାଫଳ ନବାହାରିବା ହେତୁ ଉଭୟ ନେତା ପୁଣିଥରେ ବୈଠକ କରିବେ ବୋଲି ଜଣାପଡିଛି ।

ସେପଟେ ଏହି ପ୍ରସଙ୍ଗରେ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ବୈଠକ ଅନୁଷ୍ଠିତ ହେବାର ଥିଲା । ସେହି ବୈଠକରେ ଓଲିଙ୍କ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହି ବୈଠକକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ବୈଠକକୁ 8 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ସୋମବାର ହେବାକୁ ଥିବା ବୈଠକ ପୂର୍ବରୁ ରବିବାର ନେପାଳର ସେନା ମୁଖ୍ୟ ଜେନେରାଲ ପୁର୍ଣ୍ଣ ଚନ୍ଦ୍ର ଥାପାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ଓଲି । ତେବେ ସେନା ସାହାଯ୍ୟରେ ସେ ନିଜ ଆସନ ବଞ୍ଚାଇବା ପାଇଁ ରଣନୀତି କରୁଥିବା ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.