ଜୟପୁର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସୀମାରେ ସେନାର ଗତିବିଧି ସମ୍ପର୍କରେ ସୂଚନା ଦେବା ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନ ଗୁପ୍ତଚର ମୁସ୍ତାକ ଅଲ୍ଲୀର ଆଉ ଜଣେ ସହଯୋଗୀ ମୀରା ଖାନ ଗିରଫ ହୋଇଛି । ଚୌହଟନରୁ ମୀରାକୁ ଗିରଫ କରିଛି ବାଡମେର ଇଣ୍ଟେଲିଜେନ୍ସ ଏଜେନ୍ସି ।
ଅଭିଯୁକ୍ତ ମୀରାକୁ ଶସକୀୟ ଗୁପ୍ତ ବାର୍ତ୍ତା ଅଧିନିୟମ 1923 ଆଧାରରେ ଗିରଫ କରାଯିବା ପରେ ଏବେ ତାକୁ ପଚରା ଉଚୁରା ଜାରି ରଖାଯାଇଛି । ମୀରା ପାକିସ୍ତାନରେ 3 ମାସ ରହିବା ପରେ ପୂନର୍ବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଗୁପ୍ତଚର ମୁସ୍ତାକ ଅଲ୍ଲୀ ସମ୍ପର୍କକେ ରହିଥିବା ଜଣାପଡିଛି । ଏହା ସହ ସେ ମୁସ୍ତାକକୁ ଟଙ୍କା ଯୋଗାଉଥିବା ମଧ୍ୟ କୁହାଯାଉଛି ।