ETV Bharat / bharat

ହୋମ କ୍ବାରେଣ୍ଟାଇନରେ ସମୟରେ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା - medical student returned from russia commits suicide

କେରଳର କୋଟ୍ଟାୟାମର ଜଣେ ଡାକ୍ତରୀ ଛାତ୍ର ଋଷରୁ ଫେରି ହୋମ କ୍ବାରେଣ୍ଟାଇନରେ ଥିବାବେଳେ ଆତ୍ମହତ୍ୟା କରିଛନ୍ତି । ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଡାକ୍ତରୀ ଛାତ୍ରଙ୍କ  ଆତ୍ମହତ୍ୟା
ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା
author img

By

Published : Jul 15, 2020, 12:39 PM IST

ନୂଆଦିଲ୍ଲୀ: ବିଦେଶ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା । କେରଳର କୋଟ୍ଟାୟାମର ଜଣେ ଡାକ୍ତରୀ ଛାତ୍ର ଋଷରୁ ଫେରି ହୋମ କ୍ବାରେଣ୍ଟାଇନରେ ଥିବାବେଳେ ଆତ୍ମହତ୍ୟା କରିଛନ୍ତି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମଙ୍ଗଳବାର ଏନେଇ ପୋଲିସ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଡାକ୍ତରୀ ଯୁବକ ଜଣକ ଗତ କିଛିଦିନ ହେଲା ଋଷରୁ ଫେରି ହୋମ କ୍ବାରେଣ୍ଟାଇନରେ ରହୁଥିଲେ । ଆତ୍ମହତ୍ୟା କରିଥିବା ଯୁବକ ଜଣକ 20 ବର୍ଷୀୟ ଏମବିବିଏସ ଛାତ୍ର କୃଷ୍ଣପ୍ରିୟ ବୋଲି ଜଣାପଡିଛି ।

6 ଦିନ ପୂର୍ବରୁ ସେ ଋଷରୁ ଫେରି କେରଳ ସ୍ଥିତ ନିଜ ଘରକୁ ଫେରିଥିଲେ । ହୋମ କ୍ବାରେଣ୍ଟାଇନର ସୁବିଧା ନଥିବାରୁ ତାଙ୍କର ପୂରା ପରିବାର ନିଜ ସମ୍ପର୍କୀୟଙ୍କ ଘରକୁ କିଛିଦିନ ପାଇଁ ରହିବାକୁ ଚାଲିଯାଇଥିଲେ । ସେ ସୋମବାର ରାତିରେ ଘରେ ଏକୁଟିଆ ଥିବାବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କର କୋରୋନା ସାମ୍ପଲ ପରୀକ୍ଷା ପାଇଁ ନିଆଯାଇ ଥିବାବେଳେ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ତେବେ ତାଙ୍କର କୌଣସି କୋରୋନା ଲକ୍ଷଣ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.