ETV Bharat / bharat

କୋରୋନା ବିରୋଧରେ ବ୍ୟବହୃତ ଚିକିତ୍ସା ସାମଗ୍ରୀରୁ ଜିଏସଟି ଛାଡ ପାଇଁ ରାହୁଲଙ୍କ ଦାବି - ଚିକିତ୍ସା ସାମଗ୍ରୀରୁ ଜିଏସଟି

ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ କୋରୋନାଭାଇରସ୍ ମହାମାରୀ ବିରୋଧରେ ଲଢେଇରେ ବ୍ୟବହୃତ ଚିକିତ୍ସା ଉପକରଣ ଉପରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଲାଗୁ କରାନଯାଉ । ଅଧିକ ପଢନ୍ତୁ...

covid-19
covid-19
author img

By

Published : Apr 21, 2020, 12:40 AM IST

ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ବିରୋଧୀ ଲଢେଇ ଜାରି ରଖିଛି । ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ କୋରୋନାଭାଇରସ୍ ମହାମାରୀ ବିରୋଧରେ ଲଢେଇରେ ବ୍ୟବହୃତ ଚିକିତ୍ସା ଉପକରଣ ଉପରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଲାଗୁ କରାନଯାଉ ।

ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ଏଭଳି ହି କଠିନ ସମୟରେ କୋଭିଡ -19 ବିରୋଧରେ ଲଢିବା ପାଇଁ ଆବଶ୍ୟକ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷ ଜିଏସଟି ମୁକ୍ତ କରାଯାଉ । ଏହି ଭାଇରସରେ ଓ ଦାରିଦ୍ର୍ୟରେ ପୀଡିତ ଲୋକମାନଙ୍କ ଠାରୁ ସାବୁନ, ସାନିଟାଇଜର, ମାସ୍କ ଏବଂ ଗ୍ଲୋଭସ୍ ଉପରେ ଜିଏସଟି ନିଆଯିବା ଭୁଲ ଅଟେ ।

ସେ କହିଛନ୍ତି ଯେ ସାନିଟାଇଜର୍ ଉପରେ 18 ପ୍ରତିଶତ ଜିଏସଟି, ଫେସ୍ ମାସ୍କରେ ପାଞ୍ଚ ପ୍ରତିଶତ ଏବଂ ପାରାସିଟାମୋଲ୍ ଟାବଲେଟ୍, ପିପିଏ କିଟ୍, ୱେଟିଲେଟର ଉପରେ 12 ପ୍ରତିଶତ ଜିଏସଟି ରହିଛି । ଏହି ଟିକସ ହେତୁ ଡାକ୍ତରଖାନା ଏବଂ ଜନସାଧାରଣଙ୍କ ପାଇଁ ଏହି ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି, ଯେଉଁ କାରଣରୁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡୁଛି । ତେଣୁ ସରକାର ଏହି ଉତ୍ପାଦଗୁଡ଼ିକ ଉପରେ ଜିଏସଟି ଛାଡ କରି ଜନସାଧାରଣଙ୍କ ପାଇଁ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଶସ୍ତାରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରନ୍ତୁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.