ETV Bharat / bharat

ଡାକ୍ତର ଓ ପୋଲିସଙ୍କୁ ମିଳିବ ପ୍ରୋତ୍ସାହନ ସ୍ବରୁପ ଅର୍ଥ

author img

By

Published : Apr 2, 2020, 10:02 AM IST

ମେଡିକାଲ, ହେଲ୍ଥକେୟାର ଏବଂ ପୋଲିସ ବିଭାଗର ଅଧିକାରୀଙ୍କୁ ମାସିକିଆ ବେତନ ସହ ପ୍ରୋତ୍ସାହନ ସ୍ବରୂପ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ।

corona
ଡାକ୍ତର ଓ ପୋଲିସଙ୍କୁ ମିଳିବ ପ୍ରୋତ୍ସାହନ ସ୍ବରୁପ ଅର୍ଥ

ହାଇଦ୍ରାବାଦ: ଡାକ୍ତର ଏବଂ ପୋଲିସଙ୍କୁ ସମ୍ପୂର୍ଣ୍ଣ ବେତନ ସହ ମିଳିବ ପ୍ରୋତ୍ସାହନ ସ୍ବରୂପ ଅର୍ଥ । ମେଡିକାଲ, ହେଲ୍ଥକେୟାର ଏବଂ ପୋଲିସ ବିଭାଗର ଅଧିକାରୀଙ୍କୁ ମାସିକିଆ ବେତନ ସହ ପ୍ରୋତ୍ସାହନ ସ୍ବରୂପ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ।

କୋରୋନା ଭାଇରସ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏଭଳି ବିପଦ ସମୟରେ ଡାକ୍ତର ଏବଂ ପୋଲିସ ଲୋକଙ୍କୁ ସେବା ଯୋଗାଇବା ସହ ନିସ୍ବାର୍ଥପରତାର ସହ ସେମାନଙ୍କ କର୍ତ୍ତବ୍ୟ ତୁଲାଉଛନ୍ତି । ସେମାନଙ୍କର ଏହି କାର୍ଯ୍ୟନିଷ୍ଠାରେ ଖୁସି ବ୍ୟକ୍ତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସେମାନଙ୍କୁ ମାସିକିଆ ବେତନ ସହ ପ୍ରୋତ୍ସାହନ ସ୍ବରୂପ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ଗତ ବୁଧବାର ପ୍ରଗତି ଭବନରେ ଆୟୋଜିତ ହୋଇଥିବା ଏକ ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 1834 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 41 ଜଣ ପ୍ରାଣ ହରାଇ ସାରିଲେଣି । ଏହାଛଡା କେବଳ ତେଲେଙ୍ଗାନା 96 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରୋନା କାରଣରୁ 6 ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.