ETV Bharat / bharat

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟି ଫେଲ, ଅଗଷ୍ଟ 6ରୁ ପରବର୍ତ୍ତୀ ଶୁଣାଣି

author img

By

Published : Aug 2, 2019, 3:52 PM IST

Updated : Aug 6, 2019, 4:28 PM IST

ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦରେ ନିଯୁକ୍ତ ମଧ୍ୟସ୍ଥତା କମିଟି କୌଣସି ନିର୍ଣ୍ଣୟ ନେବାରେ ଅକ୍ଷମ ହୋଇଛନ୍ତି । ତେଣୁ ଏହାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ 6ରୁ ହେବ ବୋଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦରେ ନିଯୁକ୍ତ ମଧ୍ୟସ୍ଥତା କମିଟି କୌଣସି ନିର୍ଣ୍ଣୟ ନେବାରେ ଅକ୍ଷମ ହୋଇଛନ୍ତି । ତେଣୁ ଏହାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ 6ରୁ ହେବ ବୋଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ମଧ୍ୟସ୍ଥତା କମିଟିର ରିପୋର୍ଟ ହସ୍ତଗତ ହୋଇଛି । ମଧ୍ୟସ୍ଥତା କମିଟି କୌଣସି ଫଳାଫଳ ଦେବାରେ ଅକ୍ଷମ ହୋଇଛନ୍ତି । ତେଣୁ ଏହାର ଶୁଣାଣୀ ଆସନ୍ତା 6 ତାରିଖରୁ ଆରମ୍ଭ ହେବ ।

ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଲଢୁଥିବା ଜଣେ ଓକିଲ ଏହି ମାମଲାର ତର୍କ ପାଇଁ 20 ଦିନ ସମୟ ମାଗିଥିଲେ । ଏହାକୁ ମୁଖ୍ୟ ବିଚାରପତି ଆଗ୍ରାହ୍ୟ କରିବା ସହ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ନେବ ବୋଲି ପ୍ରକାଶ କରିଥିଲେ ।

ନିଯୁକ୍ତ ମଧ୍ୟସ୍ଥତା କମିଟି ଗତ ମାର୍ଚ୍ଚ 8ରେ ଗଠନ କରାଯାଇଥିଲା । ଜଣେ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି, ଜଷ୍ଟିସ୍ ଏଫଏମ୍ ଇବ୍ରାହିମ କଲିଫୁଲା ଏବଂ ଧାର୍ମିକ ଗୁରୁ ରବି ଶଙ୍କରଙ୍କୁ ନେଇ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା । ସୁପ୍ରିମ କୋର୍ଟଙ୍କ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଏହି ମଧ୍ୟସ୍ଥତା କମିଟି ଗଠନ କରିଥିଲେ ।

Intro:Body:Conclusion:
Last Updated : Aug 6, 2019, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.