ETV Bharat / bharat

ପୁଣି ଭାରତରେ ହୋଇପାରେ ପୁଲଓ୍ବାମା ଭଳି ଆତଙ୍କୀ ଆକ୍ରମଣ ! - ଆତଙ୍କୀ ଆକ୍ରମଣ

ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ । ପୁଲୱାମା ଆକ୍ରମଣ ଠାରୁ ଭୟଙ୍କର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଫାଇଲ ଫଟୋ
author img

By

Published : Mar 27, 2019, 2:57 PM IST

ନୂଆଦିଲ୍ଲୀ:ଭାରତରେ ପୁଣି ଥରେ ହୋଇପାରେ ଆତଙ୍କବାଦୀଆକ୍ରମଣ । ପୁଲୱାମା ଆକ୍ରମଣ ଠାରୁ ଆହୁରି ଭୟାନକ ଆକ୍ରମଣ ପାଇଁ ଯୋଜନା କରୁଛିଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଏକ ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ।

ରିପୋର୍ଟ ମୁତାବକ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି ଜେଇଏମ୍। ପୁଲୱାମା ଆକ୍ରମଣ ଯେଉଁ ଭଳି ହୋଇଥିଲା ଠିକ୍ ସେହିଭଳି ଆକ୍ରମଣ ପାଇଁ ଯୋଜନା କରାଯାଉଛି । ତଫାତ କେବଳ ଏତିକି ଏଥର ଆକ୍ରମଣର ସ୍ଥାନ ପରିବର୍ତ୍ତନ କରାଯାଇପାରେ । ରିପୋର୍ଟରେ ଆହୁରି କୁହାଯାଇଛି, ବାଲାକୋଟରେ ଏୟାର ଷ୍ଟ୍ରାଇକ୍ ପରେ ମଧ୍ୟ ଆତଙ୍କବାଦୀଙ୍କୁ ଶିକ୍ଷା ମିଳିନାହିଁ । ଏବେ ମଧ୍ୟ ଏହି ସଂଗଠନ ଆକ୍ରମଣ ପାଇଁ ପ୍ରସ୍ତୁତି ଜୋରଦାର କରୁଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଦେଶରେ ଆଲର୍ଟ ଜାରି କରାଯାଇଛି ।

ପ୍ରକାଶ ଯେ, ଗତ ଫେବୃଆରୀ 14 ତାରିଖରେ ପୁଲୱାମାରେ ଯବାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 40ରୁ ଊର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରେ ଭାରତୀୟ ବାୟୁସେନା ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.