ETV Bharat / bharat

'ଏନଆରସିରୁ ବାଦ ପଡିଥିବାଙ୍କୁ ମିଳିବନି ଦଣ୍ଡ, ଥଇଥାନ କରିବେ ସରକାର’

author img

By

Published : Sep 1, 2019, 11:41 PM IST

ଏନଆରସିର ଚୂଡାନ୍ତ ତାଲିକାରୁ ବାଦ ପଡିଥିବା ଲୋକଙ୍କୁ ମାଗଣା ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ ଆସାମ ସରକାର ପ୍ରତିଶୃତି ଦେଇଥିବା ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)ର ଚୂଡାନ୍ତ ତାଲିକାକୁ ନେଇ ସଫେଇ ଦେଇଛି ବିଦେଶ ମନ୍ତ୍ରାଳୟ । ଏହି ତାଲିକାରୁ ବାଦ ପଡିଥିବା ଲୋକଙ୍କୁ ମାଗଣା ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ ଆସାମ ସରକାର ପ୍ରତିଶୃତି ଦେଇଥିବା ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି । ଏହା ସହିତ ତାଲିକାରୁ ବାଦ ପଡିଥିବା ଲୋକଙ୍କୁ ହେପାଜତକୁ ନିଆଯିବ ନାହିଁ । ସେମାନଙ୍କୁ ପୂର୍ବରୁ ମିଳୁଥିବା ସମସ୍ତ ଅଧିକାର ଦିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି ସେ ।

ଏହା ସହିତ ବିଦେଶୀ ଗଣମାଧ୍ୟମ ଭ୍ରମାତ୍ମକ ଖବରରୁ ବର୍ତ୍ତିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି ରବୀଶ କୁମାର । ସେ କହିଛନ୍ତି, ଏନଆରସି ଚୁଡାନ୍ତ ତାଲିକାକୁ ନେଇ କିଛି ବିଦେଶୀ ଗଣମାଧ୍ୟମ ଭ୍ରମାତ୍ମକ ଖବର ପ୍ରଚାର କରୁଛନ୍ତି , ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ । 1985 ମସିହାରେ ଭାରତ ସରକାର ଆସାମ ରାଜିନାମାରେ ହସ୍ତାକ୍ଷାର କରିଥିଲା । ଏଥିରେ ସେ ଆସାମ ନାଗରିକଙ୍କର ଭଲଭାବରେ ଯତ୍ନ ନେବାକୁ ପ୍ରତିଶୃତି ଦେଇଥିଲେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସାମର ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)ର ଚୂଡାନ୍ତ ତାଲିକା ଗତକାଲି ପ୍ରକାଶ ପାଇଥିଲା । ଏଥିରୁ 19 ଲକ୍ଷ 6 ହଜାର 657 ଲୋକ ବାଦ ପଡିଛନ୍ତି । ଏନଆରସିରେ ସାମିଲ ହେବା ପାଇଁ 3,30,27,661 ଲୋକ ଆବେଦନ କରିଥିଲେ । ସେଥିମଧ୍ୟରୁ 3,11,21,004 ଲୋକଙ୍କୁ ସାମିଲ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.