ETV Bharat / bharat

'ଏକପାଖିଆ ଭାବରେ ସ୍ଥିତିରେ ପରିବର୍ତ୍ତନ ଆଣିବା ଚୀନର ଉଦ୍ଦେଶ୍ୟ'

author img

By

Published : Sep 4, 2020, 6:25 AM IST

ଚୀନର କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଏକପାଖିଆ ସ୍ଥିତିରେ ପରିବର୍ତ୍ତନ ଆଣିବା। ଗତ ଚାରି ମାସ ମଧ୍ୟରେ ଆମେ ଯେଉଁ ପରିସ୍ଥିତି ଦେଖିଛୁ ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି ଚୀନ ସହ ସୀମା ବିବାଦ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

'ଏକପାଖିଆ ଭାବରେ ସ୍ଥିତିରେ ପରିବର୍ତ୍ତନ ଆଣିବା ଚୀନର ଉଦ୍ଦେଶ୍ୟ'
'ଏକପାଖିଆ ଭାବରେ ସ୍ଥିତିରେ ପରିବର୍ତ୍ତନ ଆଣିବା ଚୀନର ଉଦ୍ଦେଶ୍ୟ'

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଗତ ମେ’ ମାସରୁ ଆରମ୍ଭ ହୋଇଥିବା ଭାରତ-ଚୀନ ସୀମା ବିବାଦ ଥମିବାର ନାମ ନେଉନାହିଁ। ଚୀନ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି। ତେବେ ଭାରତୀୟ ଯବାନମାନେ ଚୀନ ସୈନ୍ୟଙ୍କର ପ୍ରତ୍ୟେକ ପଦକ୍ଷେପକୁ କଡା ଜବାବ ଦେଉଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଚୀନକୁ ଟାର୍ଗେଟ କରିଛନ୍ତି। ଏକପାଖିଆ ଭାବରେ ସ୍ଥିତିରେ ପରିବର୍ତ୍ତନ ଆଣିବା ଚୀନର ଉଦ୍ଦେଶ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଗୁରୁବାର ଚୀନ ସହ ସୀମା ବିବାଦ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଚୀନର କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଏକପାଖିଆ ସ୍ଥିତିରେ ପରିବର୍ତ୍ତନ ଆଣିବା। ଗତ ଚାରି ମାସ ମଧ୍ୟରେ ଆମେ ଯେଉଁ ପରିସ୍ଥିତି ଦେଖିଛୁ ସେଥିରୁ ଏହା ସ୍ପଷ୍ଟ ହେଉଛି । ଏହା ଚୀନ ପକ୍ଷର କାର୍ଯ୍ୟକଳାପର ଫଳାଫଳ ବୋଲି ଶ୍ରୀବାସ୍ତବ କହିଛନ୍ତି ।

ତେବେ ପୂର୍ବ ଲଦାଖରେ ହୋଇଥିବା ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ମୁହାଁ-ମୁହିଁ ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି,ସମଗ୍ର ପରିସ୍ଥିତିକୁ ଦାୟିତ୍ବବୋଧ ଭାବେ ପରିଚାଳନା କରାଯିବା ଉଚିତ୍‌। ଆମେ ଚୀନକୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଶୀଘ୍ର ଶାନ୍ତି ପୁନରୁଦ୍ଧାର ପାଇଁ ଭାରତୀୟ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରୁଛୁ। ସୀମା ବିବାଦ ମାମଲାରେ ଚୀନ ସହ ଅଧିକ ଆଲୋଚନା ଜାରି ରହିବ। ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରତିବଦ୍ଧ ବୋଲି ଶ୍ରୀବାସ୍ତବ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଉଭୟ ପଡୋଶୀ ଦେଶ ମଧ୍ୟରେ ଜୁନରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ବଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହେବା ପରେ 20 ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ । ଏହାପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ତୀବ୍ର ହୋଇଥିଲା । ଏହାର ସମାଧାନ ପାଇଁ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଅନେକ ସ୍ତରର ଆଲୋଚନା ହୋଇଥିଲା। ଇତି ମଧ୍ୟରେ ପୁଣିଥରେ ଅଗଷ୍ଟ 29-30 ରାତିରେ ଚୀନ ସୈନିକ ପାଙ୍ଗଙ୍ଗ ସୋ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ଭାରତୀୟ ସୈନିକ ଏହାର କଡା ଜବାବ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.