ନୂଆଦିଲ୍ଲୀ: ସ୍ବଦେଶ ଫେରିବାକୁ ଚାହୁଁଛନ୍ତି ଭାରତରେ ଥିବା ପାକିସ୍ତାନୀ ନାଗରିକ । ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । 180 ଜଣ ଏଥିପାଇଁ ଭାରତରେ ଥିବା ପାକିସ୍ତାନ ଦୂତାବାସର ସାହାଯ୍ୟ ଲୋଡିଛନ୍ତି ।
ତେବେ ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହ ଏ ବିଷୟରେ ଆଲୋଚନା କରାଯାଇଛି । ବର୍ତ୍ତମାନ ଭାରତରେ ଥିବା ଏହି ପାକିସ୍ତାନୀଙ୍କୁ ସ୍ବଦେଶ ପଠାଇବା ନେଇ ପ୍ରତିଶ୍ରୁତି ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ଏମାନଙ୍କ ପ୍ରତ୍ୟାବର୍ତ୍ତନର ସମସ୍ତ ବନ୍ଦୋବସ୍ତ କରାଯାଉଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।
ଏହାସହ ଭାରତରେ ଏବେ ବି ଅନେକ ବିଦେଶୀ ନାଗରିକ ଫସିରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ନିଜ ଦେଶକୁ ଫେରିବାକୁ ଚାହୁଁଥିବା ଜଣାପଡିଛି । ସେମାନଙ୍କ ଫେରିବାର ପ୍ରକ୍ରିୟା ବୈଦେଶିକ ମନ୍ତ୍ରଣାଳୟ ଆରମ୍ଭ କରିଛି ବୋଲି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ।
ସୌଜନ୍ୟ@ANI