ETV Bharat / bharat

ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ 24 ଘଣ୍ଟିଆ ହେଲ୍ପ ଲାଇନ - ବୈଦେଶିକ ମନ୍ତ୍ରଣାଳୟ

ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟ କୋରୋନା ବିଷୟରେ କୌଣସି ସନ୍ଦେହ ଥିଲେ ଏହି ନମ୍ବରରେ କଥାବାର୍ତ୍ତା ହୋଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅଧିକ ପଢନ୍ତୁ...

ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ 24 ଘଣ୍ଟିଆ ହେଲପ୍‌ ଲାଇନ

author img

By

Published : Apr 4, 2020, 12:48 AM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ବିଦେଶରେ ଅନେକ ଲୋକ ଫସି ରହିଛନ୍ତି । ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସମେତ ଅନେକ ଲୋକ ଅଟକି ରହିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଏକ 24 ଘଣ୍ଟିଆ ହେଲପ୍‌ ଲାଇନ ବ୍ୟବସ୍ଥା କରାଯାଇଛି । ଏଥିରେ ବିଦେଶରେ ଥିବା ସମସ୍ତ ଭାରତୀୟ ଛାତ୍ର ନିଜର ଆଶଙ୍କା ଓ ସନ୍ଦେହ ସମ୍ପର୍କରେ ପଚାରି ପାରିବେ । ଏହାସହ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟ କୋରୋନା ବିଷୟରେ କୌଣସି ସନ୍ଦେହ ଥିଲେ ଏହି ନମ୍ବରରେ କଥାବାର୍ତ୍ତା ହୋଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । କୌଣସି ଛାତ୍ର କିମ୍ବା ଲୋକ ଯଦି ଭାରତରେ ଥିବା ନିଜ ପରିବାର ଅବା ସମ୍ପର୍କୀୟଙ୍କ ବିଷୟରେ ମଧ୍ୟ ଜାଣିବାକୁ ଚାହିଁଲେ ତାଙ୍କର ସହଯୋଗ କରାଯିବ ।

ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନର ଜବାବ ରଖି ଭାରତ ସରକାର ଏହି ସୂଚନା ଦେଇଛନ୍ତି । ଏହି ହେଲ୍ପ ଲାଇନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଖୋଲାଯାଇଛି । ଏହା ଦିନ ରାତି 24 ଘଣ୍ଟା କାମ କରୁଥିବା ସରକାର କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.