ETV Bharat / bharat

ଅନଲକ୍-4 ଗାଇଡଲାଇନକୁ ସ୍ବାଗତ କଲେ ମାୟାବତୀ

author img

By

Published : Aug 30, 2020, 6:54 PM IST

ଅନଲକ୍-4 ଗାଇଡଲାଇନ ସମ୍ବନ୍ଧୀୟ ଭାରତ ସରକାରଙ୍କ ଏକୀକୃତ ନୀତିକୁ ସ୍ୱାଗତ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅଧିକ ପଢନ୍ତୁ...

ଅନଲକ୍-4 ଗାଇଡଲାଇନକୁ ସ୍ବାଗତ କଲେ ମାୟାବତୀ
ଅନଲକ୍-4 ଗାଇଡଲାଇନକୁ ସ୍ବାଗତ କଲେ ମାୟାବତୀ

ନୂଆଦିଲ୍ଲୀ: ସର୍ବଦା କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରୁଥିବା ବିଏସବି ସୁପ୍ରିମୋ ମାୟାବତୀ ଏବେ ମୋଦି ସରକାରଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଅନଲକ୍-4 ଗାଇଡଲାଇନ ସମ୍ବନ୍ଧୀୟ ଭାରତ ସରକାରଙ୍କ ଏକୀକୃତ ନୀତିକୁ ସ୍ୱାଗତ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ ।

ରବିବାର ମାୟାବତୀ ଏନେଇ ଟ୍ବିଟ କରି କହିଛନ୍ତି, କୋରୋନା ମହାମାରୀର ମୁକାବିଲା ପାଇଁ ଲକଡାଉନ / ଅନଲକ୍ ସମ୍ବନ୍ଧୀୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକୀକୃତ ନୀତି ସ୍ୱାଗତଯୋଗ୍ୟ। ଏହା ଦୀର୍ଘ ଦିନରୁ ବିଏସପି ଦାବି କରି ଆସୁଥିଲା । ଏହାଦ୍ବାରା ରାଜନୈତିକ ଦଳ ସମେତ ସାଧାରଣ ଲୋକ ଅଧିକ ସୁବିଧା ପାଇବେ ବୋଲି ମାୟାବତୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଅନଲକ୍-4 ପାଇଁ ଗାଇଡଲାଇନ ଜାରି କରିଛି ଯେଉଁଥିରେ ମେଟ୍ରୋ ସେବା ସେପ୍ଟେମ୍ବର 7 ରୁ ଆରମ୍ଭ କରିବାକୁ ଅନୁମତି ମିଳିଛି । ସେହିପରି ସେପ୍ଟେମ୍ବର 21 ରୁ 100 ରୁ ଅଧିକ ଲୋକଙ୍କ ରାଜନୈତିକ, ସାମାଜିକ ତଥା ଧାର୍ମିକ ସଭାକୁ ଅନୁମତି ଦିଆଯିବ।

ତେବେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବିଦ୍ୟାଳୟ, କଲେଜ, ଶିକ୍ଷାଗତ ଏବଂ କୋଚିଂ ସେଣ୍ଟର ଛାତ୍ରମାନଙ୍କ ପାଇଁ ବନ୍ଦ ରହିବ । ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ନକରି ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ସ୍ଥାନୀୟ ସଟଡାଉନ କି ଲକଡାଉନ ଘୋଷଣା କରିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.