ନୂଆଦିଲ୍ଲୀ: ଆକ୍ସନ ମୁଡରେ ବିଏସପି ସୁପ୍ରିମୋ ମାୟାବତୀ । ବିଏସପିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ରାମବୀର ଉପାଧ୍ୟାକ୍ଷଙ୍କୁ ଦଳରୁ ବିଦା କରାଯାଇଛି । ତାଙ୍କୁ ଦଳର ମୁଖ୍ୟସଚେତକ ପଦବୀରୁ ମଧ୍ୟ ବହିଷ୍କାର କରାଯାଇଛି ।
ବିଧାୟକ ରାମବୀରଙ୍କ ଉପରେ ଦଳବିରୋଧୀ କାର୍ଯ୍ୟକଳାପର ଆରୋପ ଲାଗିଥିଲା । ଚେତାବନୀ ପରେ ମଧ୍ୟ ସେ ସୁଧୁରି ନଥିବା ଦଳ ପକ୍ଷରୁ କୁହାଯାଇଛି । ଚଳିତ ଲୋକସଭା ନିର୍ବାଚନରେ ସେ ଅନେକ ସ୍ଥାନରେ ନିଜ ଲୋକଙ୍କୁ ବିରୋଧ କରି ବିରୋଧୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ତେବେ ଦଳର ରାଷ୍ଟ୍ରୀୟ ମହାସଚିବ ମୋବାଲାଲ ଗୌତମ ଆଜି ଏକ ନିଲମ୍ବନ ପତ୍ର ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।