ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି: ବିଜେପି ଓ କଂଗ୍ରେସକୁ ମାୟାବତୀଙ୍କ ସମାଲୋଚନା

ବିଏସପି କର୍ମୀ ନିଜ କ୍ଷମତା ଅନୁସାରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ପବ୍ଲିସିଟି ଦରକାର ନାହିଁ ବୋଲି ମାୟାବତୀ କହିଛନ୍ତି । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି: ବିଜେପି ଓ କଂଗ୍ରେସକୁ ମାୟାବତୀଙ୍କ ସମାଲୋଚନା
ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି: ବିଜେପି ଓ କଂଗ୍ରେସକୁ ମାୟାବତୀଙ୍କ ସମାଲୋଚନା
author img

By

Published : May 20, 2020, 7:09 PM IST

ଲକ୍ଷ୍ନୌ: ପ୍ରବାସୀ ଶ୍ରମିକଙ୍କ ଘର ଫେରନ୍ତାକୁ ନେଇ ବିଜେପି ଓ କଂଗ୍ରେସ କରୁଛନ୍ତି ରାଜନୀତି । ଉଭୟ ବାହାବା ଲୁଟିବା ଉଦ୍ଦେଶ୍ୟରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏପରି ସ୍ଥିତିରେ ମୁଖ୍ୟ ପ୍ରସଙ୍ଗ ଉପରୁ ସମସ୍ତଙ୍କ ନଜର ହଟୁଛି ବୋଲି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ।

ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ନେଇ ଉଭୟ ଦଳ ରାଜନୀତି କରୁଛନ୍ତି । ଏମାନେ ପରସ୍ପରକୁ ଏହି ପ୍ରସଙ୍ଗରେ ଅଯଥାରେ ଟାର୍ଗେଟ କରୁଛନ୍ତି । ଦେଶର ଏପରି ବିପତ୍ତି ସମୟରେ ଏହି ରାଜନୀତି ଠିକ୍ ନୁହେଁ । ଉଭୟ ଦଳ କୋରୋନା ମୁକାବିଲା ଭଳି ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି କହି ମାୟାବତୀ ଦୁଇ ଦଳଙ୍କୁ ସମାଲୋଚନା କରିଛନ୍ତି ।

ଏହାସହ ସେ ଲେଖିଛନ୍ତି ଯେ ବିଏସପି କର୍ମୀ ନିଜ କ୍ଷମତା ଅନୁସାରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ପବ୍ଲିସିଟି ଦରକାର ନାହିଁ । ଅନ୍ୟ ପାର୍ଟି ଭଳି ବିଏସପି କିଛି ରାଜନୀତି କରୁନାହିଁ । ଅନ୍ୟପଟେ ସେ କଂଗ୍ରେସ ପାର୍ଟିକୁ ସମାଲୋଚନା କରି କହିଛନ୍ତି ଯେ ଯଦି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ତେବେ ଦଳ ସେମାନଙ୍କର ଶ୍ରମିକ ସ୍ବତନ୍ତ୍ର ଟ୍ରେନର ଭଡା ଦେଇଦିଅନ୍ତୁ । ଏହାସହ କଂଗ୍ରେସ ଶାସିତ ରାଜ୍ୟକୁ ବସ ଯୋଗେ ସେମାନଙ୍କୁ ପଠାଇବାର ବ୍ୟବସ୍ଥା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.