ETV Bharat / bharat

ସାଥି ହେବେନି ସାଇକେଲ-ହାତୀ: ଭାଙ୍ଗିଲା ଏସପି-ବିଏସପି ମହାମେଣ୍ଟ

ଏସପି-ବିଏସପି ମହାମେଣ୍ଟ ଭାଙ୍ଗିବା ନେଇ ମାୟାବତୀ ସୋମବାର ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏହାସହ ଆଗକୁ ଆସୁଥିବା ସମସ୍ତ ଛୋଟବଡ ନିର୍ବାଚନରେ ଏକାକୀ ନିଜ ବଳବୁଦ୍ଧିରେ ଲଢିବା କଥା ସେ ସ୍ପଷ୍ଟ କହିଛନ୍ତି ।

author img

By

Published : Jun 24, 2019, 3:46 PM IST

Updated : Jun 24, 2019, 3:55 PM IST

ଡିଜାଇନ ଫଟୋ

ଲକ୍ଷ୍ନୌ: ସାଧାରଣ ନିର୍ବାଚନରେ ବିରାଟ ପରାଜୟରେ ମ୍ରିୟମାଣ ମାୟାବତୀ । ମେଣ୍ଟ କରି ସତ୍ତା ହାସଲ କରିବା ପାଇଁ ଦିନରାତି ସ୍ବପ୍ନ ଦେଖୁଥିବା ବିଏସ୍‌ପି ସୁପ୍ରିମୋଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇଯାଇଛି । ଏସପି-ବିଏସପି ମହାମେଣ୍ଟ ଭାଙ୍ଗିବା ନେଇ ମାୟାବତୀ ସୋମବାର ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏହାସହ ଆଗକୁ ଆସୁଥିବା ସମସ୍ତ ଛୋଟବଡ ନିର୍ବାଚନରେ ଏକାକୀ ନିଜ ବଳବୁଦ୍ଧିରେ ଲଢିବା କଥା ସେ ସ୍ପଷ୍ଟ କହିଛନ୍ତି ।

mayawati-says
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@Mayawati

ସୋମବାର ଟ୍ବିଟରେ ମାୟାବତୀ ସୂଚନା ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପରେ ଏସପିର ବ୍ୟବହାର ବିଏସପିକୁ ଚିନ୍ତା କରିବା ବାଧ୍ୟ କରିଛି ଯେ ଏଭଳି କରି କଦାପି ବିଜେପିକୁ ଆଗକୁ ଯାଇ ହରାଇବା ସମ୍ଭବପର ହେବ ନାହିଁ । ଏଥିପାଇଁ ଏଭଳି ନିଷ୍ପତି ନେବା ପାଇଁ ଦଳ ବାଧ୍ୟ ହୋଇଛି ।

mayawati-says
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@Mayawati

ଅନ୍ୟ ଏକ ଟ୍ବିଟରେ ମାୟାବତୀ ବିଏସପିର ସର୍ବଭାରତୀୟ ବୈଠକ ବାବଦରେ ମତ ରଖିଛନ୍ତି । ତାଙ୍କ କହିବା ମୁତାବକ ଏହି ବୈଠକ ଲକ୍ଷ୍ନୌରେ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ କୌଣସି ଗଣମାଧ୍ୟମ ଉପସ୍ଥିତ ନଥିଲା । ତଥାପି ଏହି ବୈଠକ ବାବଦରେ ଓ ବିଏସପିକୁ ନେଇ ଯେଉଁ ଖବର ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହି ବୈଠକ ପରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।

ମାୟାବତୀ ଆହୁରି କହିଛନ୍ତି ଯେ ସପା ସହ ସମସ୍ତ ଶତ୍ରୁତା ଭୁଲିବା ସହ 2012-2017 ମଧ୍ୟରେ ଏସପି ସରକାରଙ୍କ ଦଳିତ ବିରୋଧୀ ନିଷ୍ପତି, ପ୍ରମୋସନ ଓ ଆରକ୍ଷଣ ବିରୋଧୀ କାର୍ଯ୍ୟଧାରା ତଥା ବିଶୃଙ୍ଖଳିତ ଆଇନ ବ୍ୟବସ୍ଥାକୁ ନଜରଅନ୍ଦାଜ କରି ଜନହିତ ପାଇଁ ଏସପି ସହ ବିଏସ୍‌ପି ମହାମେଣ୍ଟର ସମସ୍ତ ଧର୍ମ ସମ୍ପୂର୍ଣ୍ଣ ଭାବରେ ସମ୍ପାଦିତ କରିଛି । ମାତ୍ର ଲୋକସଭା ନିର୍ବାଚନ ପରେ ଏସପିର ବ୍ୟବହାର ଚିନ୍ତା କରିବା ପାଇଁ ବାଧ୍ୟ କରିଛି ଯେ ଏପରି ଜାରି ରହିଲେ ବିଜେପିକୁ ପରାସ୍ତ କରିବା ଅସମ୍ଭବ ହୋଇପଡିବ । ଦଳକୁ ଓ ଏହାର ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା କଥା ସେ କହିଛନ୍ତି ।

ଏସପି ସୁପ୍ରିମୋଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି ମାୟାବତୀ । ନିର୍ବାଚନ ପରେ ଅଖିଳେଶ ଫୋନ୍‌ କରି ନଥିବା କଥା କହିଛନ୍ତି ମାୟାବତୀ । ଏହାସହ ମୁସଲିମଙ୍କୁ ଟିକେଟ ନଦେବାକୁ କହିଥିଲେ ଅଖିଳେଶ ।

Intro:Body:Conclusion:
Last Updated : Jun 24, 2019, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.