ETV Bharat / bharat

ୟୁପିରେ କ୍ଷମତାକୁ ଫେରିଲେ ଭଗବାନ ପର୍ଶୁରାମଙ୍କ ମନ୍ଦିର ନିର୍ମାଣ କରିବୁ: ମାୟାବତୀ - ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ

ଦଳିତଙ୍କ ପାଇଁ ଦଳ ବଳ କ୍ଷମତା ସବୁ ବୋଲି କହୁଥିବା ଉତ୍ତର ପ୍ରଦେଶର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବେ ଭଗବାନ ପର୍ଶୁରାମଙ୍କ ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ପଢନ୍ତୁ କେବେ କେଉଁଠି କିଭଳ ନିର୍ମାଣ ହେବ ମନ୍ଦିର...

Mayawati
Mayawati
author img

By

Published : Aug 9, 2020, 5:01 PM IST

ଲକ୍ଷ୍ନୌ: ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଶେଷ ହୋଇଛି ଭୂମିପୂଜା । ଆରମ୍ଭ ହୋଇଛି ନଭଶ୍ଚୁମ୍ଭୀ ମନ୍ଦିର ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ସାରା ଦେଶରେ ଖୁସିର ମାହୋଲ । ସାଧୁ ସନ୍ଥ ସାଧ୍ବୀଙ୍କ ମନରେ ଅସୁମାରୀ ଆନନ୍ଦର ଅଶ୍ରୁ । ଦୀର୍ଘବର୍ଷର ସଂଘର୍ଷ ସଂଗ୍ରାମ ଶେଷରେ ସଫଳ ହେବାକୁ ଯାଉଛି । ତେବେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣର କିଭଳି ରାଜନୈତିକ ମାଇଲେଜ ମିଳିବ ସେନେଇ ଏବେ ରାଜନୈତିକ ଦଳ ନିଜ ନିଜ ଏଜେଣ୍ଡା ପ୍ରସ୍ତୁତ କଲେଣି ।

ଯଦିଓ ରାମ ମନ୍ଦିର ଆନ୍ଦୋଳନରୁ ନିର୍ମାଣ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିକୁ କିଛି ଫାଇଦା ମିଳିଛି କିନ୍ତୁ ଏବେ ଏହାକୁ ନେଇ ୟୁପିରେ ଆରମ୍ଭ ହୋଇଛି ରାଜନୈତିକ ଘମାସାନ । ଉତ୍ତର ପ୍ରଦେଶରେ ଆସନ୍ତା 2022 ରେ ହେବ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନରେ ବିଜେପିକୁ ଚେକମେଣ୍ଟ ଦେବାପାଇଁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଆରମ୍ଭ କରିଛନ୍ତି ରଣନୀତି ।

ଆଜି ( ରବିବାର) ଲକ୍ଷ୍ନୌରେ ଏକ ପ୍ରେସମିଟ କରି ମାୟାବତୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଉଭୟ ସରକାର ରାଜ୍ୟରେ କରୋନା ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆବଶ୍ୟକ ମେଡିକାଲ ପ୍ରତିଷ୍ଠା ହୋଇନାହିଁ । ଲୋକେ ସ୍ବାସ୍ଥସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆଗାମୀ ନିର୍ବାଚନରେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ ସେ ରାଜ୍ୟରେ ହସ୍ପିଟାଲ ନିର୍ମାଣ କରିବେ । ମହାନ ସନ୍ଥଙ୍କ ନାମରେ ସମସ୍ତ ହସ୍ପିଟାଲ ନିର୍ମାଣ ହେବ । ଏହାସହ ବ୍ରାହ୍ମଣ ସମାଜର ଆସ୍ଥାର ପ୍ରତୀକ ଭଗବାନ ପର୍ଶୁରାମଙ୍କ ମନ୍ଦିର ନିର୍ମାଣ କରିବେ ବୋଲି ମାୟାବାତୀ ଘୋଷଣା କରିଛନ୍ତି । ମାୟାବତୀ ଆହୁରି କହିଛନ୍ତି ରାଜ୍ୟରେ 4 ଥର ଶାସନ କରିଥିବା ବସପା ସମସ୍ତ ବର୍ଗର ମହାନ ସନ୍ଥଙ୍କ ନାମରେ ଅନେକ ଯୋଜନା ଆରମ୍ଭ କରିଥିଲେ । ଏହାସହ ଜିଲ୍ଲାର ନାମ ମଧ୍ୟ ସନ୍ଥଙ୍କ ନାମରେ ନାମିତ କରିଥିଲେ । କିନ୍ତୁ ରାଜ୍ୟରେ ସମାଜବାଦୀ ସରକାର ପ୍ରତିଷ୍ଠା ହେବାପରେ ସବୁ ବନ୍ଦ କରିଦିଆଗଲା । ଯଦି ତାଙ୍କ ସରକାର ପୁଣି ଥରେ ରାଜ୍ୟରେ କ୍ଷମତାକୁ ଫେରେ ବନ୍ଦ ହୋଇଥିବା ଯୋଜନା ସମେତ ଭଗବାନ ପରର୍ଶୁରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି ।

ଏହାସହ ସେ ସମାଜବାଦୀ ପାର୍ଟିକୁ ମଧ୍ୟ ଯୋରଦାର ସମାଲୋଚନା କରି ଏହି ଦଳ ଲୋକଙ୍କ ପାଇଁ କେବେ କାମ କରିନାହିଁ ବୋଲି କହିଛନ୍ତି । ତେଣୁ ସମାଜବାଦୀ ପାର୍ଟିକୁ ବିଶ୍ବାସକୁ ନନେବାକୁ ମାୟାବତୀ ଆହ୍ବାନ କରିଛନ୍ତି । ସେହିପରି ରାମ ମନ୍ଦିର ଶିଳାନ୍ୟାସରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତବେଳେ ଯଦି ଦଳିତ ବର୍ଗରୁ ଆସୁଥିବା ରାଷ୍ଟ୍ରପତି କୋବିନ୍ଦଙ୍କୁ ମଧ୍ୟ ନେଇଥାନ୍ତେ ଦଳିତ ସମାଜ ପ୍ରତି ଏକ ଭଲ ସନ୍ଦେସ ଯାଇଥାନ୍ତା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.