ETV Bharat / bharat

ବିନା ଟଙ୍କାରେ ଟିକେଟ୍‌ ଦିଅନ୍ତି ନାହିଁ ମାୟାବତୀ: ମେନକା ଗାନ୍ଧୀ - crore

ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଟାର୍ଗେଟ କରି ସେ ଟଙ୍କା, ହୀରା ବଦଳରେ ଟିକେଟ ଦେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିରୁ ସୁଲତାନପୁର ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀ ମେନକା ଗାନ୍ଧୀ।

ଡିଜାଇନ ଫଟୋ
author img

By

Published : Apr 4, 2019, 2:24 PM IST

ସୁଲତାନପୁର: ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ନେତା ମନ୍ତ୍ରୀଙ୍କ ପୋଲ୍‌ ଖୋଲୁଛନ୍ତି ବିରୋଧୀ। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିରୁ ସୁଲତାନପୁର ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀ ମେନକା ଗାନ୍ଧୀ ବୁଧବାର ଏକ ଜନସଭାରେ ବିରୋଧୀଙ୍କ ଉପରେ ଟିକେଟ ବଣ୍ଟାବାରେ ଦୁର୍ନୀତି କରୁଥିବା ନେଇ ଖୁଲାସା କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଟାର୍ଗେଟ କରି ସେ ଟଙ୍କା , ହୀରା ବଦଳରେ ଟିକେଟ ଦେଉଥିବା କହିଛନ୍ତି।

ଏହି ସାଧାରଣ ସଭାରେ ମେନକା କହିଛନ୍ତି ଯେ ଏହା ଅଛପା ନୁହେଁ, ସମସ୍ତେ ଜାଣନ୍ତି ଯେ ମାୟାବତୀ ଟଙ୍କା ନେଇ ଟିକେଟ ଦିଅନ୍ତି। ଚଳିତ ନିର୍ବାଚନରେ ମଧ୍ୟ ଟଙ୍କା ବଦଳରେ ଟିକେଟ ଲୋଭ ପ୍ରାର୍ଥୀଙ୍କୁ ଦେଖାଇ ଟିକେଟ ବିକ୍ରି ହୋଇଥିବା କହିଛନ୍ତି । ଏହାସହ ମାୟାବତୀଙ୍କ ଗୋଟିଏ ଟିକେଟର ଦାମ୍‌ ୧୫କୋଟି ଟଙ୍କା ରଖିଥିବା କଥା ସେ କହିଛନ୍ତି । ୧୫କୋଟି ଟଙ୍କା ଦେଇଥିବା ନେତା ପରବର୍ତ୍ତୀ ସମୟରେ 15-20 କୋଟି ସାଧାରଣ ଲୋକଙ୍କ ପକେଟରୁ ଲୁଟିବେ ବୋଲି ସେ କହିଛନ୍ତି।

ମେନକା ଆହୁରି କହିଛନ୍ତି ଯେ ଟଙ୍କା ବଦଳରେ ଟିକେଟ୍‌ ଦେବା ସହ ମାୟାବତୀଙ୍କ ପାଖରେ ୭୭ଟି ଘର ଥିବା କଥା ତାଙ୍କ ଦଳର ଲୋକ ଗର୍ବର ସହ କହୁଛନ୍ତି। ଏହାସହ ମାୟାବତୀଙ୍କ ପରିବାର ଲୋକ ଏ କଥା ମଧ୍ୟ ମାନିଛନ୍ତି ଯେ ସେ ଟଙ୍କା, ହୀରା ନେଇ ଟିକେଟ ବିକ୍ରି କରନ୍ତି। ମାୟାବତୀ କାହାର ନୁହଁନ୍ତି ବୋଲି ସେ କଟାକ୍ଷ କରି କହିଛନ୍ତି।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.