ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ମେ 3 ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଏହି ଲକଡାଉନ ଅବଧି ସମ୍ପ୍ରସାରଣ ଘୋଷଣା କରିବାର କିଛି ସମୟ ପରେ ଟ୍ୱିଟର ୟୁଜର୍ସ ମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇ ମିମ୍ସ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଏବଂ ସେମାନେ ଷ୍ଟାର୍ ୱାର୍ସ ଚଳଚ୍ଚିତ୍ରରେ ବ୍ୟବହୃତ ଲୋକପ୍ରିୟ ଡାଇଲଗ୍ : ‘ମେ ଦ ଫୋର୍ସ ବି ୱିଥ୍ ଅସ’କୁ ବଦଳାଇ 'ମେ ଦ ଫୋର୍ଥ ବି ୱିଥ୍ ଅସ' ପୋଷ୍ଟ କରିଥିଲେ।
ସେହିପରି ଅନ୍ୟ ଜଣେ ୟୁଜର 2014ର ପିଏମଙ୍କ ଏକ ଭାଷଣର ଏକ ଭିଡିଓ ବ୍ୟବହାର କରିଥିଲେ ଯେଉଁଠାରେ ସେ ଏହି ବାକ୍ୟାଂଶ ବ୍ୟବହାର କରିଥିଲେ। ଗଡ୍ ବ୍ଲେସ ୟୁ, 'ମେ ଦ ଫୋର୍ଥ ବି ୱିଥ୍ ୟୁ' ବୋଲି ଟ୍ବିଟ କରିଛନ୍ତି।
ସୂଚନା ଥାଉକି, ସାରା ଦେଶରେ ବଢିଛି ଲକଡାଉନ ଅବଧି। ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବାସହ ଲକଡାଉନ ଅବଧିକୁ ମେ' 3 ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ମୋଦି ତାଙ୍କ କୋରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଚତୁର୍ଥ ସମ୍ବୋଧନରେ କହିଛନ୍ତି କି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ମଧ୍ୟ ପ୍ରଥମ ଲକଡାଉନ ଭଳି କଡାକଡା ଓ କଠୋର ଭାବେ ବଳବର୍ତ୍ତର ରହିବ।