ETV Bharat / bharat

ଭାରତ ଗସ୍ତ ପରେ ଭିଡକୁ ନେଇ ଉତ୍ସାହିତ ହେବା କଷ୍ଟକର: ଟ୍ରମ୍ପ

author img

By

Published : Mar 1, 2020, 12:09 PM IST

ଭାରତ ଗସ୍ତ ପରେ ଏବେ ଭିଡକୁ ନେଇ ଉତ୍ସାହିତ ଲାଗୁନାହିଁ । ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ଭିଡ଼ ଦେଖିବା ପରେ ପନ୍ଦର ହଜାର ଲୋକଙ୍କ ରାଲିକୁ ସମ୍ବୋଧିତ କରିବା କଷ୍ଟକର ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଅଧିକ ପଢନ୍ତୁ...

donald-trump
ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ: ଦକ୍ଷିଣ କେରୋଲିନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗସ୍ତ ପରେ ଏବେ ଭିଡକୁ ନେଇ ଆଉ ଉତ୍ସାହିତ ହୋଇପାରୁନାହାଁନ୍ତି ସେ। ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ଭିଡ଼ ଦେଖିବା ପରେ ମାତ୍ର ପନ୍ଦର ହଜାର ଲୋକଙ୍କ ରାଲିକୁ ସମ୍ବୋଧିତ କରି ଉତ୍ସାହିତ ହେବା କଷ୍ଟକର ବୋଲି ଟ୍ରମ୍ପ କହିଛନ୍ତି ।

ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ମୁଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଥିଲି। ସେ ଜଣେ ମହାନ ବ୍ୟକ୍ତି ଏବଂ ଭାରତର ଲୋକମାନେ ତାଙ୍କୁ ଖୁବ ଭଲ ପାଆନ୍ତି | ଆଜି ଏହି ସଭାରେ ମଧ୍ୟ ଅନେକ ଲୋକ ଅଛନ୍ତି । କିନ୍ତୁ ମୁଁ ଯେଉଁ ସ୍ଥାନ ବୁଲିକି ଆସିଛି ସେଠାରେ ବହୁ ସଂଖ୍ୟକ ଲୋକ ଥିଲେ । ମୋଟେରା ଷ୍ଟାଡିୟମରେ ପ୍ରାୟ 1 ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିବା ପରେ ଏବେ ଏତେ କମ ସଂଖ୍ୟକ ଭିଡକୁ ଦେଖି ମୁଁ ଉତ୍ସାହିତ ହୋଇପାରୁନି ବୋଲି ଟ୍ରମ୍ପ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ ପାଖରେ 1.5 ବିଲିୟନ ଲୋକ ଅଛନ୍ତି ଆଉ ଆମ ପାଖରେ 350 । ଏହି ପରିପ୍ରେକ୍ଷୀରେ ଆମେ ବହୁତ ଭଲ କାମ କରୁଛୁ । ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ, ମୋତେ ଉଭୟ ସ୍ଥାନର ଭିଡ ପସନ୍ଦ ଆସିଛି । ଭାରତବାସୀଙ୍କର ଜଣେ ମହାନ ନେତା ଅଛନ୍ତି ଏବଂ ଏହି ଦେଶର ଲୋକଙ୍କ ପ୍ରତି ସେମାନଙ୍କର ବହୁତ ଭଲପାଇବା ରହିଛି | ଏହା ବାସ୍ତବରେ ଏକ ସାର୍ଥକ ଯାତ୍ରା ଥିଲା ବୋଲି କହିଛନ୍ତି ସେ।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାର ସହ ଫେବୃଆରା 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ସେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ 1 ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.