ETV Bharat / bharat

'ଅସଦାଚରଣ' ଅଭିଯୋଗରେ ଚର୍ଚ୍ଚିତ ଆଇପିଏସ ଅଫିସର ବସନ୍ତ ରଥ ନିଲମ୍ବିତ - IPS officer Basant Rath suspended

ନିକଟରେ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକଙ୍କ ସହ କଥା କଟାକଟି ପରେ ଜମ୍ମୁ ଓ କାଶ୍ମୀର କ୍ୟାଡରର ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କୁ ‘ଘୋର ଅସଦାଚରଣ ଏବଂ ଦୁର୍ବ୍ୟବହାର’ ଅଭିଯୋଗରେ କେନ୍ଦ୍ର ସରକାର ତତ୍କାଳ ପ୍ରଭାବୀ ଆଦେଶ ପୂର୍ବକ ନିଲମ୍ବନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

'ଅସଦାଚରଣ' ଅଭିଯୋଗରେ ଚର୍ଚ୍ଚିତ ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

author img

By

Published : Jul 8, 2020, 10:19 PM IST

ଶ୍ରୀନଗର, 8 ଜୁଲାଇ: ନିକଟରେ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକଙ୍କ ସହ କଥା କଟାକଟି ପରେ ଜମ୍ମୁ ଓ କାଶ୍ମୀର କ୍ୟାଡରର ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କୁ “ଘୋର ଅସଦାଚରଣ ଏବଂ ଦୁର୍ବ୍ୟବହାର” ଅଭିଯୋଗରେ କେନ୍ଦ୍ର ସରକାର ତତ୍କାଳ ପ୍ରଭାବୀ ଆଦେଶ ପୂର୍ବକ ନିଲମ୍ବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି 2000 ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସରଙ୍କୁ ତୁରନ୍ତ ଜମ୍ମୁସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସଂଲଗ୍ନ କରାଯାଉଛି ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁମତି ବିନା ସେ ସଦର ମହକୁମା ଛାଡ଼ିବେ ନାହିଁ ।

ମୂଳତଃ ଓଡ଼ିଶାର ବାସିନ୍ଦା ବି.କେ.ରଥ, ଜାମ୍ମୁ ଓ କାଶ୍ମୀରରେ ବେସାମରିକ ପ୍ରତିରକ୍ଷା, ଗୃହରକ୍ଷୀ ଏବଂ ରାଜ୍ୟ ଆପଦକାଳୀନ ପ୍ରତିକ୍ରିୟା ବଳ (ଏସ୍‌ଡିଆର୍‌ଏଫ) ଆଇଜିପି ଭାବେ ଅବସ୍ଥାପିତ ହୋଇଥିଲେ । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, “ଏହି ନିର୍ଦ୍ଦେଶନାମା ବଳବତ୍ତର ରହିଥିବା ସମୟରେ, ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଜାମ୍ମୁଠାରେ ଶ୍ରୀ ବସନ୍ତ ରଥଙ୍କ ମୁଖ୍ୟ କାର୍ଯ୍ୟାଳୟ ସ୍ଥିର କରାଯାଇଛି ଏବଂ କଥିତ ଶ୍ରୀ ବସନ୍ତ ରଥ ଜାମ୍ମୁ ଓ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁମତି ବିନା ଏହି ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିବେ ନାହିଁ ।”

ଜୁନ୍‌ 13 ତାରିଖରେ, ରଥ ଏକ ବିସ୍ମୟଜନକ ଟ୍ବିଟ୍‌ କରିଥିଲେ, ଯେଉଁଥିରେ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଜାମ୍ମୁର ସାରୋର ଅଞ୍ଚଳରେ ଥିବା ଏକ ଜମିର ପ୍ରତ୍ୟକ୍ଷ ମାଲିକ ବୋଲି ସଂକେତ ମିଳୁଥିଲା । ରଥ ତାଙ୍କ ଟ୍ବିଟ୍‌ରେ ଲେଖିଥିଲେ, “ହାଏ ଦିଲବାଗ ସିଂହ । ମୁଁ ଆପଣଙ୍କୁ ଦିଲ୍ଲୁ ବୋଲି ଡାକିପାରେ କି ? ଆପଣ ସେଇ ବ୍ୟକ୍ତି କି ଯିଏ ଡେଣ୍ଟାଲ କଲେଜ ନିକଟ ସାରୋର ଅଞ୍ଚଳରେ 50 କାନାଲ ଜମିର ମାଲିକ ? ଏହା ଆପଣଙ୍କ ନାଁରେ ପଞ୍ଜୀକୃତ ହୋଇଛି କି ?” ହେଲେ, ଏହା ପୋଲିସ ମହାନିର୍ଦ୍ଦେଶକ ସିଂହଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ବୋଲି ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯାଇଥିଲା, କାରଣ ସେ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଏହି ଅଭିଯୋଗର ଉତ୍ତର ଦେଇଥିଲେ ।

ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ସିଂହ ଲେଖିଥିଲେ, “ଦେଖନ୍ତୁ, ସେ ଏକଥା ବି ଜାଣିନାହାନ୍ତି ଯେ ଏହା 2 କାନାଲ କି 50 କାନାଲ । ପୂର୍ବପ୍ରସ୍ତୁତିରେ ସେ ଦୁର୍ବଳ । ଆଇଜି ପାହ୍ୟାକୁ ଉନ୍ନୀତ ଜଣେ ଆଇପିଏସ୍‌ ଅଫିସରଙ୍କ ପକ୍ଷରେ ଲଜ୍ଜାର କଥା ଯେ, ତାଙ୍କୁ ସବୁବେଳେ ବିନା କାମରେ ରଖାଯାଉଛି ଏବଂ ଯେତେବେଳେ ବି ତାଙ୍କୁ କିଛି ଦାୟିତ୍ବ ଦିଆଯାଉଛି ସେ ନିଜକୁ ଜଣେ ଜୋକର ଏବଂ ନିଷ୍କର୍ମା ବୋଲି ପ୍ରତିପାଦିତ କରୁଛନ୍ତି । ମୋ ନାଁରେ କିମ୍ବା ମୋ ପରିବାର ନାଁରେ କିମ୍ବା ମୋ ତରଫରୁ ଅନ୍ୟ କାହାରି ନାଁରେ ଗୋଟିଏ ଇଞ୍ଚ ହେଲେ ଜମି କିମ୍ବା ଭୂସଂପତ୍ତି କିମ୍ବା ପଇସାଟିଏ ମୂଲ୍ୟର ଅନ୍ୟ କୌଣସି ବ୍ୟବସାୟ ରହିଛି ବୋଲି ପ୍ରମାଣିତ କରିବାକୁ ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି । ନହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।”

ନିଜ ବିଭାଗର ବରିଷ୍ଠ ଅଧିକାରୀ, ଏମିତି କି କେତେକ ପ୍ରଶାସକଙ୍କ ସହ ବିବାଦରେ ଛନ୍ଦି ହୋଇପଡ଼ିବାରେ ରଥ ବେଶ୍‌ ଜଣାଶୁଣା । ଗତ ମାସ 26 ତାରିଖରେ ସେ ଜାମ୍ମୁ ଜିଲ୍ଲାର ଗାନ୍ଧି ନଗର ଥାନାରେ ଏକ ଏତଲା ଦାୟର କରି “ଶ୍ରୀ ଦିଲବାଗ ସିଂହ, ଆଇପିଏସ୍‌, 1987 ବ୍ୟାଚ୍‌, ସଂପ୍ରତି ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ”ଙ୍କ ତରଫରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ ।

2008ରେ, ରଥ ଜାମ୍ମୁ ଓ କାଶ୍ମୀରରେ ଆଇଜିପି-ଟ୍ରାଫିକ୍‌ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଟ୍ରାଫିକ୍‌ ପରିଚାଳନାରେ ତାଙ୍କର ଅସ୍ବାଭାବିକ ଉପାୟ ଆଇନବିରୁଦ୍ଧ ବୋଲି ଅନେକ ଅଭିଯୋଗ କରିଥିଲେ ଏବଂ ତତ୍‌କାଳୀନ ମହାନିର୍ଦ୍ଦେଶକ ଏସ୍‌.ପି. ବୈଦ ତାଙ୍କ ବିରୋଧରେ ‘ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ’ ନିଆଯିବ ବୋଲି ସତର୍କ କରାଇ ଦେଇଥିଲେ । ଆଇଜିପି ଟ୍ରାଫିକ୍‌ ଭାବରେ ସେ କେତେକ ବରିଷ୍ଠ ଓ ପ୍ରଭାବଶାଳୀ ରାଜନୈତିକ ନେତା, ଅମଲା ଏବଂ ପୋଲିସ ଅଧିକାରୀଙ୍କ ସହ ଅନେକ ଥର ଯୁକ୍ତିତର୍କ କରିଥିଲେ । 2019ରେ ଶ୍ରୀନଗର ପୌର ନିଗମର ପୂର୍ବତନ ମେୟର ଜୁନୈଦ ଅଜିମ ମାଟ୍ଟୁଙ୍କ ସହ ତାଙ୍କର ଯୁକ୍ତିତର୍କ ପରେ ତାଙ୍କୁ ତାଙ୍କର ବର୍ତ୍ତମାନ ପଦବୀରେ ଅବସ୍ଥାପିତ କରାଯାଇଥିଲା ।

ମିର ଫରହାତ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.