ନୂଆଦିଲ୍ଲୀ: ଦିଲ୍ଲୀ ମୌଜପୁରରେ ହୋଇଥିବା ଗୁଳିକାଣ୍ଡ ଏବଂ ପଥରମାଡକୁ ନେଇ କ୍ୟାବିନେଟ ମନ୍ତ୍ରୀଙ୍କ ଅପିଲ । ଅଞ୍ଚଳରେ ଶାନ୍ତି ବନେଇ ରଖିବାକୁ ଦିଲ୍ଲୀ ଜନତାଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ ଗୋପାଳ ରାୟ । ସିଏଏ-ଏନଆରସିକୁ ନେଇ ଆଜି ଏଠାରେ ଚାଲିଥିଲା ପ୍ରତିବାଦ । ଏହି ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
କିଛି ସ୍ଥାନୀୟ ଲୋକେ ଜାଣିଶୁଣି ଏହି କନ୍ଦଳକୁ ଆହୁରି ବୃଦ୍ଧି କରୁଥିବା କହିଛନ୍ତି ମନ୍ତ୍ରୀ । ତେବେ କ୍ୟାବିନେଟ ମନ୍ତ୍ରୀ ଟ୍ବିଟ କରି ଜନତାଙ୍କୁ ହାତ ଯୋଡି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ବଳ ପଠାଇ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ