ETV Bharat / bharat

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା, ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

author img

By

Published : Sep 28, 2020, 11:11 AM IST

ରାମ ଜନ୍ମଭୂମି ପରେ ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଥିଲା । ଯାହାର ଶୁଣାଣି ମଥୁରା କୋର୍ଟର ବରିଷ୍ଠ ଡିଭିଜନ୍ ଜଜଙ୍କ ଦ୍ବାରା କରାଯିବ । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକ ପଢନ୍ତୁ...

mathura : krishna Janmabhoomi case hearing in court today
ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

ଲକ୍ଷ୍ନୌ: ରାମ ଜନ୍ମଭୂମି ପରେ ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଥିଲା । ଯେଉଁଥିରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ପରିସରର ମାଲିକାନାକୁ ନେଇ ସୁପ୍ରିମକୋର୍ଟରେ ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଶୁକ୍ରବାର ଦିନ ଏକ ମାମଲା ଦାଏର କରାଯାଇଥିଲା । ତେବେ ଆଜି ଏବି ଆବେଦନର ଶୁଣାଣି କରିବେ ମଥୁରା କୋର୍ଟର ବରିଷ୍ଠ ଡିଭିଜନ୍ ଜଜ୍ । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁଣିଥରେ ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍‌ଗାହ ମସଜିଦର ଉଚ୍ଛେଦକୁ ନେଇ ଦାବି ଜୋର ଧରିଛି । ଏଥିରେ ୧୩.୩୭ ଏକର ଜମିରେ ମାଲିକାନା ଦାବି କରାଯାଇଛି।

ସୂଚନାନୁସାରେ, ଆବେଦନକାରୀଙ୍କ ପକ୍ଷରୁ ରଞ୍ଜନ ଅଗ୍ନିହୋତ୍ରୀ ଏବଂ ଅନ୍ୟ ଛଅ ଜଣ ଏହି ଦେଵାନୀ ମାମଲାକୁ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନ ଦ୍ବାରା 58 ପୃଷ୍ଠାର ଆବେଦନ କରାଯାଇଥିଲା । ଯାହା ଆଜି(ସୋମବାର) ଶୁଣାଣି ହେବ । ଏବେ ଏହା ଦେଖିବାକୁ ପଡ଼ିବ ଯେ, କୋର୍ଟ ଏହା ଗ୍ରହଣ କରିବେ ନା ପିଟିସନ ଖାରଜ ହେବ।

ଅନ୍ୟପକ୍ଷରେ ଶ୍ରୀକୃଷ୍ଣ ଜନ ସେବା ସଂସ୍ଥାନର ପଦାଧିକାରୀ ଏବଂ ସାହି ଇଦ୍‌ଗାହ କମିଟିର ଅଧିକାରୀମାନେ ସେମାନଙ୍କ ଗ୍ରାଉଣ୍ଡ କାଗଜପତ୍ର ଯାଞ୍ଚରେ ଲାଗି ପଡ଼ିଛନ୍ତି । ତେବେ ଏହି ଆବେଦନରେ କୁହାଯାଇଛି ଯେ, ଯେଉଁଠାରେ ସାହି ଇଦ୍‌ଗା ମସଜିଦ ଛିଡା ହୋଇଛି, ତାହା ହେଉଛି ପ୍ରକୃତ କାରାଗାର ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.