ETV Bharat / bharat

ମସଦୁ ପରେ ଇବ୍ରାହମ ଟେନସନ, 15 ଆତଙ୍କୀ ସହ ବୁଲୁଛି ପିଓକେରେ

author img

By

Published : Aug 3, 2019, 4:41 PM IST

ପିଓକେରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମସଦୁ ଅଜହରର ଭାଇ ଇବ୍ରାହମ ଅଜହରକୁ ଦେଖିବାକୁ ମିଳିଛି । ତା ସହ 15 ପ୍ରଶିକ୍ଷିତ ଆତଙ୍କବାଦୀ ମଧ୍ୟ ଥିବା ଜଣାପଡିଛି ।

ଫାଇଲ ଫଟୋ

ଶ୍ରୀନଗର: ମସୁଦ ପରେ ଏବେ ଇବ୍ରାହମ ଟେନସନ । ଭାରତର ନ-1 ଶତ୍ରୁ ମସୁଦ ସେନାର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଇବ୍ରାହମ ନୂଆ ଚ୍ୟାଲେଞ୍ଜ ଠିଆ କରିଛି । କାରଣ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଭାଇ ଇବ୍ରାହମ ଅଜହରକୁ ଦେଖିବାକୁ ମିଳିଛି । ତା ସହ 15 ଜଣ ପ୍ରଶିକ୍ଷିତ ଆତଙ୍କବାଦୀ ମଧ୍ୟ ଅଛନ୍ତି । ତେବେ ଏହି ସମସ୍ତ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିପାରନ୍ତି ବୋଲି ସେନା ଆଶଙ୍କା ପ୍ରକାଶ କରିଛି ।

ଇବ୍ରାହମ ଅଜହର ନିଜ 15 ଆତଙ୍କବାଦୀ ଗ୍ୟାଙ୍ଗ ସହ ମରକଜ, ସନାନ ବିନ ସଲମା, ତରନବ ଫାର୍ମ, ପେଶାୱର ଏବଂ ଖୈବର ପଖତୁନଖ୍ବାର ଭିନ୍ନ ଭିନ୍ନ ଆତଙ୍କୀ କ୍ୟାମ୍ପରେ ଦୃଶ୍ୟମାନ ହୋଇଛି । ତେବେ ପାକିସ୍ତାନ ସ୍ଥିତ ଖୈବର ପଖତୁନଖ୍ବାର ଜମରୁଦ ଅଞ୍ଚଳରେ ଏହି ଆତଙ୍କବାଦୀ ଗ୍ୟାଙ୍ଗକୁ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି । ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାରୁ ଏମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଅନୁମାନ କରାଯାଉଛି । ସେପଟେ ଜମ୍ମୁ-କାଶ୍ମୀରରେ କୌଣସି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଗୁଇନ୍ଦା ସୂଚନା ମିଳିଛି । ଏହି ଆଧାରରେ ଶୁକ୍ରବାର ସରକାର ଅମରନାଥ ଯାତ୍ରା ରଦ୍ଦ କରିଥିଲେ । ଏହା ସହିତ ଯାତ୍ରୀଙ୍କୁ ତୁରନ୍ତ କାଶ୍ମୀର ଛାଡିବାକୁ ନୋଟିସ ଜାରି କରିଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.