ETV Bharat / bharat

ପାକିସ୍ତାନ ସେନା ହସ୍ପିଟାଲରେ ବିସ୍ଫୋରଣ, ମସୁଦ୍ ଆଜହାର ଗୁରୁତର !

author img

By

Published : Jun 24, 2019, 5:09 PM IST

ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳୁଛି । ଏହି ବିସ୍ଫୋରଣରେ 10 ଜଣ ଆହତ ହୋଇଛନ୍ତି । ଏଥିରେ ମସୁଦ୍ ଆଜହାର ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଫାଇଲ ଫଟୋ

ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିସ୍ଥିତ ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ 10 ଜଣ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଆଜହାର ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ଘଟଣାର ପୃଷ୍ଟି ହୋଇନଥିଲେ ସୁଦ୍ଧା ଟ୍ବିଟରରେ ବିସ୍ଫୋରଣର ଏକ ଭିଡିଓ ଘୁରିବୁଲୁଛି ଯେଉଁଥିରେ ମସୁଦ୍ ଆଜହାର ଗୁରୁତର ହୋଇଥିବା ଦାବି କରାଯାଇଛି ।

ସୂଚନା ମୁତାବକ, ପାକିସ୍ତାନ କ୍ବାଟାର ଏହସାନ ଉଲ୍ଲହା ମିୟାଖେଲ ନାମକ ଜଣେ ବ୍ୟକ୍ତି ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ପାକିସ୍ତାନ ସେନା ହସ୍ପିଟାଲରେ ବିସ୍ଫୋରଣ ଘଟିଥିବା ଦାବି କରିଛନ୍ତି । ତେବେ ଏହି ହସ୍ପିଟାଲରେ ମସୁଦ୍ ଆଜହାର ମଧ୍ୟ ଭର୍ତ୍ତି ହୋଇଥିଲା । ସେ ଗୁରୁତର ଆହତ ହୋଇଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ପାକିସ୍ତାନୀ ଗଣମାଧ୍ୟମକୁ ଏହି ଖବର ପ୍ରକାଶ କରିବାକୁ ବାରଣ କରାଯାଇଥିବା ସେ ଦାବି କରିଛନ୍ତି ।

ସେପଟେ ବିସ୍ଫୋରଣକୁ ନେଇ ଏବେ ସୁଦ୍ଧା ଅଧିକାରୀ ରୂପରେ ସ୍ପଷ୍ଟ କରାଯାଇନାହିଁ । ତେଣୁ ଭିଡିଓଟି କେତେଦୂର ସତ ତାହା ବର୍ତ୍ତମାନ ଆକଳନ କରିବା କଷ୍ଟକର ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.