ETV Bharat / bharat

କୋଭିଡ ବିପଦର ଶ୍ରେଷ୍ଠ କବଚ: ମାସ୍କ - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

କୋରୋନା ସଙ୍କଟରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ । କେଉଁ ପ୍ରକାର ମାସ୍କ ପିନ୍ଧିବା ଦରକାର, ମାସ୍କ ପିନ୍ଧିବା ବେଳେ ବି କିଭଳି ସତର୍କତା ଅବଲମ୍ବନ କରିବାକୁ ପଡିବ । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ସ ...

Mask
କୋଭିଡ ବିପଦର ଶ୍ରେଷ୍ଠ କବଚ : ମାସ୍କ୍‌
author img

By

Published : Jun 10, 2020, 5:48 PM IST

ତିନି ସ୍ତରୀୟ ମାସ୍କ୍ ହିଁ ସର୍ବଦା ଭଲ୍‌

ଠିକ୍ ଲୋକଙ୍କ ପାଇଁ ସଠିକ ମାସ୍କ୍

ଦେଶରେ କୋଭିଡ ମାମଲା ବଢି ବଢି ଚାଲିଥିବା ବେଳେ ଲକଡାଉନ କଟକଣା ବି କୋହଳ ହୋଇସାରିଛି । ବେପାରବାଣିଜ୍ୟ ଓ ପରିବହନ ପୁରାଦମରେ ଚାଲିଛିା ଅଳ୍ପ ଜାଗାରେ ଲୋକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ନେଇ ସୁରକ୍ଷିତ ଓ ଫିଟ୍ ରହିବା ସମସ୍ତଙ୍କ ପାଇଁ ଏକାନ୍ତ ଜରୁରୀ । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ମଧ୍ୟରୁ ମାସ୍କ ପିନ୍ଧିବା ହେଉଛି ମୁଖ୍ୟ । ବର୍ତମାନ କୋଭିଡ ମାମଲା ଅହେତୁକ ଭାବେ ବଢିବା ଦୃଷ୍ଟିରୁ ଲୋକଙ୍କ ପାଇଁ କେଉଁ ପ୍ରକାର ମାସ୍କ ପିନ୍ଧିବା ଦରକାର,ତାହା ଜାଣିବା ନିତାନ୍ତ ଜରୁରୀ । ସାଧାରଣ ଲୋକେ ପିନ୍ଧୁଥିବା ମାସ୍କ,

ସ୍ୱାସ୍ଥ୍ୟକର୍ମୀ ପିନ୍ଧୁଥିବା ମାସ୍କଠାରୁ ଅଲଗା ରହିଥାଏ । ତେବେ, ମାସ୍କ ପିନ୍ଧିବା ବେଳେ ବି କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ସ ।

ମାସ୍କ୍‌ର ପ୍ରକାର ଭେଦ-

ମେଡିକାଲ ମାସ୍କ

କୋଭିଡ ପ୍ରଭାବିତ ଅଂଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କୁ ଏନ୯୫ ମେଡିକାଲ ମାସ୍କ ବ୍ୟବହାର କରିବାକୁ ପଡିବ । ବିଭିନ୍ନ ମେଡିକାଲ ଡିପାର୍ଟମେଂଟରେ କାମ କରୁଥିବା ପେଷାଦାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଏନ୯୫ ମାସ୍କ ପିନ୍ଧିବାକୁ ପଡିବ । କୋଭିଡ ଅଂଚଳ ହେଉ ବା ନ ହେଉ, ଦୀର୍ଘକାଳିନ ରୋଗୀ ସେବା କେନ୍ଦ୍ରଗୁଡିକରେ ମଧ୍ୟ ଏଭଳି ମାସ୍କ ବ୍ୟବହାର ହେବା ଜରୁରୀ ।

କୋରୋନା ସଂକ୍ରମିତ ବି ପିନ୍ଧିବେ ମେଡିକାଲ ମାସ୍କ

କୋରୋନା ସଂକ୍ରମିତ ଅଞ୍ଚଳରେ ୬୦ ବର୍ଷ ବୟସରୁ ଅଧିକ ଲୋକ ଓ ଜଟିଳ ରୋଗରେ ପୀଡିତ ଲୋକେ ବି ଏନ୯୫ ମାସ୍କ ପିନ୍ଧିବା ଜରୁରୀ ।

ଯେଉଁଠ କୋରୋନା ପ୍ରଭାବିତଙ୍କଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା କଷ୍ଟକର, ସେଠାରେ ଏହି ମେଡିକାଲ ମାସ୍କ ପିନ୍ଧିବା ଜରୁରୀ ।

ସବ ର୍ସାଧାରଣଙ୍କ ପାଇଁ ସରଳ ମାସ୍କ

. କୋରୋନା ଭୂତାଣୁ ଦ୍ରୁତ ଗତିରେ ବିସ୍ତାର ହେଉଥିଲା ବେଳେ ନିଜର ନିତିଦିନିଆ କାମରେ

ବାହାରକୁ ଯାଉଥିବା ଓ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରୁଥିବା ଲୋକେ ସହଜ ଓ ସରଳ ମାସ୍କ

ପିନ୍ଧିବା ଜରୁରୀ ।

. ଏଭଳି ସାଧାରଣ ମାସ୍କ ଘରେ ବି ପ୍ରସ୍ତୁତ କରାଯାଇପାରିବ । କୌଣସି କପଡା ବା ଲୁଗା

ସାହାଯ୍ୟରେ ସବ ର୍ସାଧାରଣ ବ୍ୟବହାର ଯୋଗ୍ୟ ମାସ୍କ ବ୍ୟବହାର କରାଯାଇପାରିବ । ଏ ଧରଣର ମାସ୍କ

ପ୍ରସ୍ତୁତି ବେଳେ ଉପଯୁକ୍ତ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

. ତିନି ସ୍ତରୀୟ ମାସ୍କ ସବୁବେଳେ ଗ୍ରହଣଯୋଗ୍ୟ ।

କେମିତି ପିନ୍ଧିବେ

. ପ୍ରଥମେ ସାବୁନ ପାଣିରେ ହାତକୁ ଅତିକମରେ ୪୦ରୁ ୬୦ ସେକେଣ୍ଡ ପାଇଁ ସଫା କରନ୍ତୁ ବା

ସାନିଟାଇଜର ବ୍ୟବହାର କରନ୍ତୁ ।

. ମାସ୍କ୍ ଯେପରି ପରିଷ୍କାର ରହେ ଓ ସେଥିରେ ଯେମିତି କୌଣସି ଛିଦ୍ର ନ ରହେ ତାହା ନିଶ୍ଚିତ କରିବା ଦରକାର । ନାକ, ମୁହଁ ଓ ଥୋବଡା ମାସ୍କ ଦ୍ୱାରା ସଂପୂଣ୍ଣ ର୍ ଆଚ୍ଛାଦିତ ରହିବା ଜରୁରୀ ।

. ମାସ୍କ ମୁହଁରେ ପିନ୍ଧିଲା ବେଳେ ଓ କାଢିଲା ବେଳେ ଏହାର ଫିତାକୁ ହିଁ ଧରିବା ଦରକାର । ପିନ୍ଧିଥିଲା

ବେଳେ ଯେକୌଣସି ସ୍ଥିତିରେ ବି ମାସ୍କକୁ ଖାଲି ହାତରେ ସ୍ପର୍ଶ କରିବା ଅନୁଚିତ । ଯଦି ଭୁଲବଶତଃ ଖାଲି ହାତରେ ସ୍ପର୍ଶ କରନ୍ତି, ତାହା ହେଲେ ତୁରନ୍ତ ହାତ ଧୋଇବା ଦରକାର ।

ବାଧ୍ୟତାମୂଳକ ପଦକ୍ଷେପ

. ମାସ୍କ କେବଳ ନିଜେ ହିଁ ବ୍ୟକ୍ତିଗତ ଭାବେ ବ୍ୟବହାର କରନ୍ତୁ । କାହା ସହ ଏହା ସେୟାର କରନ୍ତୁ ନାହିଁ ।

ମାସ୍କ କେବଳ ବ୍ୟକ୍ତିଗତ ଭାବେ ବ୍ୟବହାର ହେବା ଜରୁରୀ ।

. କପଡା ନିର୍ମିତ ମାସ୍କ ମୁହଁରୁ କାଢିଲା ପରେ ସାବୁନ ଓ ଗରମ ପାଣିରେ ଧୁଅନ୍ତୁ ।

. ମାସ୍କ ପିନ୍ଧିବା ଛଡା ଶାରୀରିକ ଦୂରତ୍ୱ ରଖିବା ବି ବାଧ୍ୟତାମୂଳକ । ପ୍ରତିଦିନ ନିୟମିତ ଭାବେ ସାବୁନ ପାଣି ବା ସାନିଟାଇଜରରେ ହାତ ଧୁଅନ୍ତୁ । ସଂକ୍ରମିତ ଲୋକଙ୍କ ପାଟି ଓ ନାକରୁ ଉତ୍ସର୍ଜନ ହେଉଥିବା କାଶ ଓ ଛିଙ୍କରୁ ମାସ୍କ ଆମକୁ ରକ୍ଷା କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.