ETV Bharat / bharat

ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ 3 ମାର୍ଶାଲ ନିଲମ୍ବିତ - 3 ମାର୍ଶାଲ

ଗତ ମାସରେ ଲକଡାଉନ ନିୟମ ଉଲ୍ଲଂଘନ କରି ବୁଲୁଥିବା ଦୁଇ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ 3 ମାର୍ଶାଲଙ୍କୁ ନିଲମ୍ବିତ କରାଯାଇଛି ।

mashall suspend
ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ 3 ମାର୍ଶାଲ ନିଲମ୍ବିତ
author img

By

Published : Jul 16, 2020, 11:48 AM IST

Updated : Jul 16, 2020, 12:03 PM IST

ବେଙ୍ଗାଲୁରୁ: ଯୁବକଙ୍କୁ ମାଡ ମାରି ନିଲମ୍ବିତ ହେଲେ 3 ମାର୍ଶାଲ । ଗତ ମାସରେ ଲକଡାଉନ ନିୟମ ଉଲ୍ଲଂଘନ କରି ବୁଲୁଥିବା ଦୁଇ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ 3 ମାର୍ଶାଲଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ମାର୍ଶାଲମାନେ ଯୁବକମାନଙ୍କୁ ଦଣ୍ଡବିଧାନ ସ୍ବରୂପ ଉଠ ବସ କରାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ମାର୍ଶାଲଙ୍କ ପାୱାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହ ତିନି ଜଣ ମାର୍ଶାଲ ଦିପକ, ପୱାନ ଏବଂ ଦିନେଶ ନାୟକଙ୍କୁ ଏନେଇ ନିଲମ୍ବିତ କରାଯାଇଛି ।

ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ 3 ମାର୍ଶାଲ ନିଲମ୍ବିତ

ବିବିଏମପି ମୁଖ୍ୟ ମାର୍ଶାଲ ଅଫିସର ରାଜବୀର ସିଂ କହିଛନ୍ତି, ବର୍ତ୍ତମାନ ଲୋକମାନଙ୍କୁ ସଚେତନ କରାଇବା ଏବଂ ବାହାରେ ଅଳିଆ ନଫିଙ୍ଗିବା ସହ ମାସ୍କ ନବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖୁନଥିବା ଲୋକଙ୍କ ଉପରେ ନଜର ରଖିବାକୁ ମାର୍ଶାଲମାନଙ୍କୁ ଅଧିକାର ଦିଆଯାଇଛି । ଲୋକମାନଙ୍କୁ ମାରପିଟ୍ କରିବା ସେମାନଙ୍କର କୌଣସି ଅଧିକାର ନାହିଁ ବୋଲି ରାଜବୀର ସିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 12:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.