ETV Bharat / bharat

10 ବର୍ଷର ନାବାଳିକାକୁ ବିବାହ, ଦୁଷ୍କର୍ମ ଓ ଛାଡପତ୍ର... - ଅପରାଧ ଖବର

ସ୍ଥାନୀୟ ବୁଢାନା ନିକଟବର୍ତ୍ତୀ କୋତବାଲି ଗାଁରେ ଏକ 10 ବର୍ଷର ନାବାଳିକାକୁ ନିଜ ବଡ ଭଉଣୀର ଦିଅର ସହ ବିବାହ କରାଇବା ପରେ ନାବାଳିକାର ଶ୍ବଶୂର ତା’ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଏହି ଦୁଷ୍କର୍ମ କଥା ଜାଣିବା ପରେ ନାବାଳିକାକୁ ତା’ର ସ୍ବାମୀ ଛାଡପତ୍ର ଦେଇଥିବା ଜଣା ପଡିଛି ।

rape with minor, minor marriage, uttarpradesh latest news, crime news, divorce to minor, ନାବାଳିକାକୁ ଦୁଷ୍କର୍ମ, ନାବାଳିକା ବିବାହ, ଉତ୍ତରପ୍ରଦେଶ ଲାଟେଷ୍ଟ ନ୍ୟୁଜ୍‌, ଅପରାଧ ଖବର, ନାବାଳିକାକୁ ଛାଡପତ୍ର
10 ବର୍ଷର ନାବାଳିକାକୁ ବିବାହ, ଦୁଷ୍କର୍ମ ଓ ଛାଡପତ୍ର...
author img

By

Published : Aug 23, 2020, 2:52 PM IST

ଲକ୍ଷ୍ନୌ: ଦିନକୁ ଦିନ ଶିଶୁ ଓ ନାବାଳିକାଙ୍କ ଉପରେ ବଢିବାରେ ଲାଗିଛି ଅତ୍ୟାଚାରର ମାତ୍ରା । କେବେ ଶିଶୁଙ୍କୁ ଜବରଦସ୍ତି ବିବାହ କରାଯାଉଛି ତ କେତେବେଳେ ପୁଣି ହଜାର ସଚେତନତା ବାଦ ବି ସେମାନଙ୍କ ସହ ହେଉଛି ଦୁଷ୍କର୍ମ । ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜ୍ଜାଫରନଗରରେ । ସ୍ଥାନୀୟ ବୁଢାନା ନିକଟବର୍ତ୍ତୀ କୋତବାଲି ଗାଁରେ ଏକ 10 ବର୍ଷର ନାବାଳିକାକୁ ନିଜ ବଡ ଭଉଣୀର ଦିଅର ସହ ବିବାହ କରାଇବା ପରେ ନାବାଳିକାର ଶ୍ବଶୂର ତା’ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଏହି ଦୁଷ୍କର୍ମ କଥା ଜାଣିବା ପରେ ନାବାଳିକାକୁ ତା’ର ସ୍ବାମୀ ଛାଡପତ୍ର ଦେଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ନାବାଳିକା ଜଣଙ୍କୁ ବଡ ଭଉଣୀର ଦିଅର ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ଘର ଲୋକେ ସେମାନଙ୍କର ଗତ ଫେବୃଆରୀ ମାସରେ ବିବାହ କରାଇଥିଲେ । ଏଥିରେ 5 ଲକ୍ଷ ଟଙ୍କାର ନଗଦ ରକମ ମଧ୍ୟ ବର ପକ୍ଷଙ୍କୁ ଦିଆଯାଇଥିଲା । ବିବାହ ପରେ ନାବାଳିକାର ଶାଶୂ ଝିଅକୁ ଜବରଦସ୍ତି ଶ୍ବଶୂରଙ୍କ ପାଖରେ ଛାଡିବା ପରେ ଶ୍ବଶୂର ତା’ ସହ ଦୁଷ୍କର୍ମ କରୁଥିଲେ । ଏନେଇ ଜାଣିବା ପରେ ନାବାଳିକାର ସ୍ବାମୀ ଝିଅକୁ ଜେଣତେଣ ପ୍ରକାର ବାହାନା କରି ଘରେ ନେଇ ଛାଡି ଦେଇଥିଲେ । ପରେ ଛାଡପତ୍ର ଦେଇଥିଲେ ।

ଏନେଇ ନାବାଳିକା ଜଣଙ୍କ ପରିବାର ସହ ମିଶି ଚାଇଲ୍ଡ ଲାଇନର ଦ୍ବାରସ୍ଥ ହୋଇଥିଲେ । ସେଠାରେ ସେ ଶାରିରୀକ ଉତ୍ପୀଡନର ଶିକାର ହେବା ସହ ଶ୍ବଶୂର ଘରେ ତାଙ୍କୁ କ୍ଷେତରେ ଖଟାଉଥିବା ଅଭିଯୋଗ କରିଥିଲେ । ଏସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡ ଲାଇନ ପୋଲିସକୁ ଖବର କରିଛି । ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିବାହ କରାଇଥିବା ମୌଲବୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.