ETV Bharat / bharat

ଓଡିଶା-ଛତିଶଗଡ ସୀମାରେ IED ବିସ୍ଫୋରଣ, ୨ ଗୁରୁତର

ଛତିଶଗଡ ବିଜାପୁରରେ ପୁଣି ମାତିଲେ ଲାଲବାହିନୀ । ଘଟାଇଲେ ଆଇଡି ବିସ୍ଫୋରଣ । 2 ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ସୂଚନା ।

ବିଜାପୁରରେ ମାଓବାଦୀଙ୍କ ଓଇଡି ବିସ୍ପୋରଣ, 2 ସାଧାରଣ ନାଗରିକ ଆହତ

author img

By

Published : Dec 1, 2020, 8:40 PM IST

Updated : Dec 1, 2020, 10:06 PM IST

ରାୟପୁର: ବିଜାପୁରରେ ପୁଣି ମାତିଲେ ଲାଲବାହିନୀ । ବିଜାପୁରରେ ମାଓବାଦୀ ଆଇଡି ବିସ୍ଫୋରଣ କରିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଏକ ବୋଲେରୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ନିହତ ହୋଇନଥିବା ଜଣାପଡିଛି । ତେବେ ବିସ୍ଫୋରଣରେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ବାସାଗୁଡା ଥାନା ଠାରୁ 2 କିମି ଦୁରରେ ରାଜପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣାପ଼ଡିଛି । ତେବେ ସୁରକ୍ଷାବାହିନୀ ଗାଡିକୁ ଟାର୍ଗେଟ କରି ଲାଲବାହିନୀ ପକ୍ଷରୁ ଏପରି କାମ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ବାସାଗୁଡା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2020, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.